ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ: ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ ହୋଇପଡ଼ିଥିବା ମୁମ୍ବାଇରେ ଆଜିିଠାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆହୁରି ୨ ଦିନ ଯାଏଁ ବର୍ଷା ଲାଗି ରହିବା ଅନୁମାନ କରାଯାଇଛି। ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ିଥିବା ଖବର ମିଳିଛି ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ଷା ଯୋଗୁଁ ଟ୍ରେନ୍‌ ଲାଇନରେ ପାଣି ଭର୍ତ୍ତି ହୋଇଯିବା କାରଣରୁ କିଛି ଟ୍ରେନ୍‌ ବିଳମ୍ବରେ ଗତି କରୁଥିବା ବେଳେ ପାଗ ଖରାପ ଯୋଗୁଁ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ସହରର ଅନେକସ୍ଥାନ ଜଳାର୍ଣ୍ଣବ ହୋଇଯିବା କାରଣରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଇଥିଲା। ଅନ୍ଧେରୀ ଅଞ୍ଚଳରେ ବିଗତ ଗୋଟିଏ ସପ୍ତାହ ହେବ ଲୋକେ ଜଳବନ୍ଦୀ ଅବସ୍ତାରେ ରହିଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରି ନାହିଁ। ଅପରପକ୍ଷେ, ବିଏମ୍‌ସି ପକ୍ଷରୁ ଡ୍ରେନେଜ ସମସ୍ୟାର ସମାଧାନ କରାଯାଉ ନଥିବାରୁ ମୁମ୍ବାଇ ଭଳି ସହରରେ ଏଭଳି ଜଳବନ୍ଦୀ ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର