ଦିଲ୍ଲୀ: ପାଇଲଟ୍‌ ଭୁଲ୍‌ ବଟନ୍‌ ଟିପି ଦେବାରୁ କାନ୍ଦାହାର ଯାଉଥିବା ବିମାନରେ ହାଇଜାକ୍‌ ଆତଙ୍କ

ନୂଆଦିଲ୍ଲୀ: ଶନିବାର ଦିନ ଉଡ଼ାଣ ନିମନ୍ତେ ଧୀରେ ଧୀରେ ଭୂଇଁରେ ଗଡ଼ିବା ଆରମ୍ଭ କରିବା ସମୟରେ ପାଇଲଟ୍‌ ଭୁଲ୍‌କ୍ରମେ ହାଇଜାକ୍‌ ବଟନ୍‌ ଟିପି ଦେବାରୁ କାନ୍ଦାହାର ଅଭିମୁଖେ ଯାଉଥିବା ବିମାନ ଦିଲ୍ଲୀ ବିମାନ ବନ୍ଦରରେ ନିରାପତ୍ତା ଅଧିକାରୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା।

ସନ୍ତୋଷଜନକ ନିରାପତ୍ତା ଯାଞ୍ଚ କରାଯିବା ପରେ ଆରିଆନା ଆଫଗାନ୍‌ ଏୟାର୍‌ଲାଇନ୍ସ୍‌ର ସେ ବିମାନ ପ୍ରାୟ ୨ ଘଣ୍ଟା ପରେ ଉଡ଼ାଣ ଆରମ୍ଭ କରିଥିଲା।

ଏ ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀମାନେ ହଠାତ୍‌ କିଛି କହି ନ ଥିଲେ ମଧ୍ୟ ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ହାଇଜାକ୍‌ ବଟନ୍‌ ଟିପି ହୋଇଥିବାରୁ ଆତଙ୍କ-ନିରୋଧୀ ବଳ ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ସମେତ ଅନ୍ୟ ଏଜେନ୍‌ସିମାନେ ସକ୍ରିୟ ହୋଇ ଉଠିଥିଲେ।

ଏନ୍‌ଏସ୍‌ଜି କମାଣ୍ଡୋ ଏବଂ ଅନ୍ୟନ୍ୟ ଏଜେନ୍‌ସିର ଅଧିକାରୀମାନେ ତୁରନ୍ତ ଘଟନାସ୍ଥଳରେ ପହଞ୍ଚି ବିମାନଟିକୁ ଘେରି ଯାଇଥିଲେ।

ସେମାନଙ୍କର ଦୁଇ ଘଣ୍ଟାର ଅପରେସନ୍‌ ବିମାନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇଉଠିଥିଲେ। ଦୁଇ ଘଣ୍ଟା ପରେ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଥିଲା।

ଦିଲ୍ଲୀ-କାନ୍ଦାହାର ବିମାନ ଏଫ୍‌ଜି୩୧୨ ଅପରାହ୍ଣ ୩:୩୦ରେ ଛାଡ଼ିବାର ଥିଲା।

ସମ୍ବନ୍ଧିତ ଖବର