ରାଜସ୍ଥାନ ଗସ୍ତ ବେଳେ ହିଲାରି କ୍ଲିଣ୍ଟନ ଆହତ

ଯୋଧପୁର: ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନ ମଙ୍ଗଳବାର ସକାଳେ ରାଜସ୍ଥାନର ଯୋଧପୁର ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ତାଙ୍କ ହାତରେ ଆଘାତ ହୋଇଛି । ଏହି କାରଣରୁ ତାଙ୍କର ଯୋଧପୁରରେ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ହିଲେରୀ ଦୁଇଦିନ ଗସ୍ତର ଯୋଧପୁର ଆସିଥିଲେ । ଆଜି ସଂଦ୍ଧ୍ୟାରେ ତାଙ୍କର ମେହେରାଙ୍ଗଗଡ ଦୁର୍ଗ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାଙ୍କ ହାତରେ ଆଘାତ କାରଣରୁ ଏହି ଗସ୍ତକୁ ବାତିଲ କରାଯାଇଛି । ବର୍ତ୍ତମାନ ସେ ଉମିଦ୍‌ ଭବନରେ ରହିଛନ୍ତି ଓ ଏକ ଘରୋଇ ଡାକ୍ତର ଦଳଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ସୂଚନା ମିଳିଛିି । ଡାକ୍ତର କହିଛନ୍ତି ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଡେମୋକ୍ରାଟିକ ପାର୍ଟିର ଏକ କର୍ମୀ ତାଙ୍କ ହାତକୁ ଆଘାତ ଦେଇଥିଲେ । ଏବଂ ଏହାର ଉପଚାର ମଧ୍ୟ କରାଯାଇଥିଲା । ହିଲାରିଙ୍କୁ ଏବେ ବିଶ୍ରାମର ଆବଶ୍ୟକ ଅଛି ବୋଲି ଡାକ୍ତର କହିଛନ୍ତି ।

ସମ୍ବନ୍ଧିତ ଖବର