ହିମାଚଳରେ ଦୁର୍ଘଟଣା, ୧୩ ମୃତ

ସିମଲା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ସନୌର ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସି ପଡ଼ିବା ଫଳରେ ୭ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ଅନ୍ୟ ୧୩ ଜର ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଏକ ଘଟଣାରେ ସିମଲା ନିକଟସ୍ଥ ବଖୌଲରେ ଏକ କାର୍‌ ଖାଇକୁ ଖସି ପଡ଼ିବା ଫଳରେ କାରରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ନୁରପୂରରେ ସ୍କୁଲ ବସ୍‌ ଖାଇକୁ ଖସିଯିବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର