ହିମାଚଳ ପ୍ରଦେଶ: ସଡ଼କ ଦୁର୍ଘଟଣାରେ ୮ ଯବାନ ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

କଙ୍ଗରା: ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ବାରେ ଲାଗିଛି। ରବିବାର ଅପରାହ୍ନରେ ହିମାଚଳ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହେବା ସମେତ ସମୁଦାୟ ୮ ଜଣ ଯବାନ ଆହତ ହୋଇଛନ୍ତି। ଏଏନ୍‌ଆଇ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା କଙ୍ଗରାର ଶାହପୁରଠାରେ ଘଟିଯାଇଛି। ଶାହାପୁରର ଏସ୍‌ଡିଏମ୍‌ ଘଟଣାସ୍ଥଳରେ ପହଞ୍ଚି ସୂଚନା ଦେଇଛନ୍ତି ଯେ ସମସ୍ତ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ପୂର୍ବରୁ ହିଁ ହରିଆଣାଠାରେ ଏକ ଗୁରୁତର ସଡ଼ ଦୁର୍ଘଟଣା ଘଟିସାରିଛି। ରେଓ୍ଵାରି ଜିଲ୍ଲାରେ ଏକ୍‌ କାର୍‌ ସହ ଟ୍ରକ୍‌ ଧକ୍କା ଘଟିବାରୁ ୮ ଜଣଙ୍କ ଜୀବନ ଯାଇଛି। ସେହିପରି ଅଗଷ୍ଟରେ ମଧ୍ୟ ରହନୀ ନୁଲାଠାରେ ସଡ଼କ ଦୁର୍ଘଟଣାରେ ୫ ମହିଳା, ୩ ଶିଶୁ ସମତେ ୧୧ ଜଣଙ୍କ ଜୀବନ ଯାଇଥିଲା।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂରା ବିଶ୍ୱରେ କେବଳ ଭାରତରେ ହିଁ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୮୦ ପ୍ରତିଶତ ଜୀବନ ଯାଉଛି।

ସମ୍ବନ୍ଧିତ ଖବର