ଚଳନ୍ତା ‘ହିମାଲୟାନ କୁଇନ୍‌’ ଟ୍ରେନ୍‌ରେ ଲାଗିଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ, ଭିଡିଓ ହେଲା ଭାଇରାଲ

ସିମ୍‌ଲା: ଆଜି (ମଙ୍ଗଳବାର) ଅପରାହ୍ଣରେ ଏକ ଚଳନ୍ତା ଟ୍ରେନ୍‌ ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଯିବା କାରଣରୁ ସଂପୃକ୍ତ ଟ୍ରେନ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ, ସୌଭାଗ୍ୟ କ୍ରମେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହି ଯାଇଛନ୍ତି। ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି ଟ୍ରେନ୍‌ରେ ୨୦୦ ଯାତ୍ରୀ ଯାତ୍ରା କରୁଥିଲେ। ଏହି ପୂରା ଘଟଣାର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।


ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ୫୨୪୫୫ ନମ୍ବର ବିଶିଷ୍ଟ ‘ହିମାଲୟାନ୍‌ କୁଇନ୍‌’ ନାମକ ଟ୍ରେନ୍‌ ୨୦୦ ଯାତ୍ରୀଙ୍କୁ ଧରି କାଲ୍‌କା- ସିମ୍‌ଲା ୟୁନେସ୍କୋ ଓ୍ଵାର୍ଲଡ୍‌ ହେରିଟେଜ୍‌ ରୁଟ୍‌ରେ ଆଜି ଅପରାହ୍ଣରେ ଯାତ୍ରା ଆରମ୍ଭ କରିଥିଲା। ତେବେ, ଏହି ଟ୍ରେନ୍‌ଟି କୁମାରହାତୀ ଓ ଧର୍ମପୁର ମଧ୍ୟଦେଇ ଗତି କରୁଥିବା ବେଳେ ଏହି ଟ୍ରେନ୍‌ର ଇଞ୍ଜିନ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଘଟିବା ବେଳେ ଟ୍ରେନ୍‌ର ୭ଟି କୋଚ୍‌ରେ ୨୦୦ ଯାତ୍ରୀ ସବାର ଥିଲେ। ତେବେ, ସୌଭାଗ୍ୟକ୍ରମେ ଏହି ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର