ଆମେରିକାରେ ବହୁଳ ବ୍ୟବହୃତ କଥିତ ଭାରତୀୟ ଭାଷା ହିନ୍ଦୀ

ମୁମ୍ବାଇ: ଯୁକ୍ତରାଷ୍ଟ୍ର ଆମେରିକାରେ ବହୁଳ ବ୍ୟବହୃତ କଥିତ ଭାଷା ହେଉଛି ହିନ୍ଦୀ। ତା’ପଛକୁ ରହିଛି ଗୁଜରାଟୀ ଏବଂ ତେଲୁଗୁ। କିନ୍ତୁ ୨୦୧୦ ରୁ ୨୦୧୭ ମଧ୍ୟରେ ସେଠାରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ୮୬% ବୃଦ୍ଧି ପାଇଛି। ହିନ୍ଦୀ ଓ ଗୁଜରାଟୀ ଭାଷୀଙ୍କ ସଂଖ୍ୟା ଯଥାକ୍ରମେ ୪୨% ଏବଂ ୨୨% ବୃଦ୍ଧି ପାଇଛି।

୨୦୧୭ ବର୍ଷରେ ୟୁଏସ୍‌ ସେନ୍‌ସସ୍‌ ବ୍ୟୁରୋ ରିଲିଜ୍‌ କରିଥିବା ‘ଆମେରିକାନ୍‌ କମ୍ୟୁନିଟି ସର୍ଭେ’ ତଥ୍ୟାନୁସାରେ, ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୧. ୮% ଆମେରିକୀୟ ଇଂରାଜୀ ଛଡ଼ା ଘରେ ଆହୁରି ମଧ୍ୟ ଗୋଟିଏ ଭାଷା କହନ୍ତି। ସମୁଦାୟ ୩୦. ୫ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୬. ୭ କୋଟି ଲୋକ ଘରେ କୌଣସି ଗୋଟିଏ ବିଦେଶୀ ଭାଷା କହନ୍ତି।

ଆମେରିକାର ୫ଟି ସବୁଠୁ ବଡ଼ ସହରରେ ୪୮% ବାସିନ୍ଦା ଘରେ ଇଂରାଜି ସହ ଅନ୍ୟ କୌଣସି ଗୋଟିଏ ଭାଷା ମଧ୍ୟ ବ୍ୟବହାର କରନ୍ତି। ଉଦାହରଣ ସ୍ୱରୂପ, ଲସ୍‌ ଏଞ୍ଜେଲେସ୍‌ରେ ୫୯%, ନ୍ୟୁୟର୍କ ଏବଂ ହଡ୍‌ସନ୍‌ରେ ୪୯% ବାସିନ୍ଦା ଘରେ ଅନ୍ୟ ଯେକୌଣସି ବିଦେଶୀ ଭାଷା ବ୍ୟବହାର କରନ୍ତି।

ସମ୍ବନ୍ଧିତ ଖବର