ତୃତୀୟ ଅଫିସିଆଲ ଭାଷା ଭାବେ ଆବୁଧାବି ଅଦାଲତରେ ସାମିଲ ହେଲା ହିନ୍ଦୀ ଭାଷା

ଆବୁଧାବି : ଆରବୀ ଓ ଇଂରାଜୀ ପରେ ହିନ୍ଦୀକୁ ନିଜ ଅଦାଲତରେ ତୃତୀୟ ଅଫିସିଆଲ ଭାଷା ଭାବେ ସାମିଲ କଲା ଆବୁଧାବି । ନ୍ୟାୟ ପର୍ଯ୍ୟନ୍ତ ପହଂଚିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆବୁଧାବି ନ୍ୟାୟ ବିଭାଗ କହିଛି ଶ୍ରମ ମାମଲାରେ ଆରବୀ ଓ ଇଂରାଜୀ ସହିତ ହିନ୍ଦୀ ଭାଷାକୁ ସାମିଲ କରି ଅଦାଲତ ସମକ୍ଷ ଦାବିଗୁଡିକର ବୟାନ ପାଇଁ ଭାଷା ମାଧ୍ୟମର ବିସ୍ତାର କରିଦିଆଯାଇଛି । ଏହାର ଉଦ୍ଦେଶ୍ୟ, ହିନ୍ଦୀ ଭାଷା ଲୋକଙ୍କ ମାମଲାର ପ୍ରକ୍ରିୟା, ତାଙ୍କ ଅଫିସିଆଲ ଓ କର୍ତ୍ତବ୍ୟ ବିଷୟରେ ଶିଖିବାରେ ସାହାଯ୍ୟ କରିବ ।

ଅଫିସିଆଲ ଆକଳନ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍‌ର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ ଭାଗ ବିଦେଶର ପ୍ରବାସୀ ଲୋକ । ସଂଯୁକ୍ତ ଆରବ ଏମିରେଟରେ ଭାରତୀୟ ଲୋକଙ୍କ ସଂଖ୍ୟା ୨୬ ଲକ୍ଷ, ଯାହା ଦେଶର ମୋଟ୍ ଜନସଂଖ୍ୟାର ୩୦% ଏବଂ ଏହା ଦେଶର ସବୁଠାରୁ ବଡ ପ୍ରବାସୀ ସମୁଦାୟ ।

ସମ୍ବନ୍ଧିତ ଖବର