ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି ‘ଅବୈଧ’; ହେଲେ ସେମାନଙ୍କ ଦ୍ୱାରା ଜାତ ସନ୍ତାନ ହେଉଛି ‘ବୈଧ’: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି, ‘ଅନିୟମିତ’ ଓ ‘ଅବୈଧ’; ହେଲେ ଏପରି ବିବାହରୁ ଜାତ ହେଉଥିବା ସନ୍ତାନ ହେଉଛି ବୈଧ ସନ୍ତାନ, ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ। ଏଥିସହ ଏପ୍ରକାର ବିବାହରୁ ଜାତ ହେଉଥିବା ସନ୍ତାନର ପୈତୃକ ସଂପତ୍ତିରୁ ଭାଗ ପାଇବାର ସମସ୍ତ ଅଧିକାର ଓ ହକ୍ ରହିଛି ବୋଲି ମଧ୍ୟ କହିଛନ୍ତି ସୁପ୍ରିମ୍ କୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
କେରଳ ହାଇକୋର୍ଟର ଏକ ରାୟକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନା ଓ ଜଷ୍ଟିସ୍ ଏମ୍ ଏମ୍ ଶାନ୍ତନାଗୌଦରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ନିଜ ରାୟରେ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି, ‘ଅନିୟମିତ’ ଓ ‘ଅବୈଧ’। ହେଲେ ସେମାନଙ୍କ ଦ୍ୱାରା ଜାତ ସନ୍ତାନ ହେଉଛି ବୈଧ ସନ୍ତାନ। ଏପ୍ରକାର ବିବାହରୁ ଜାତ ହେଉଥିବା ସନ୍ତାନର ପୈତୃକ ସଂପତ୍ତିରୁ ଭାଗ ପାଇବାର ସମସ୍ତ ଅଧିକାର ଓ ହକ୍ ରହିଛି ବୋଲି ମଧ୍ୟ କହିଛନ୍ତି ସୁପ୍ରିମ୍ କୋର୍ଟ। ତେବେ, ଏପ୍ରକାର ବିବାହରେ ସଂପୃକ୍ତା ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସଂପତ୍ତି ଉପରେ କୌଣସି ପ୍ରକାରର ଅଧିକାର ବା ହକ୍ ନାହିଁ। ଏପରିସ୍ଥିତିରେ ସଂପୃକ୍ତା ମହିଳା ବିବାହ ସମୟରେ ପାଇଥିବା ଯୌତୁକ ଉପରେ ହିଁ ନିଜର ଅଧିକାର ଓ ହକ୍ ଜାହିର କରିପାରିବେ ବୋଲି ନିର୍ଦ୍ଦେଶ ଦେବା ସହ ଏମାମଲାରେ କେରଳ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।