ହିନ୍ଦୁ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ପ୍ରଫେସରଙ୍କ ସମେତ ୭ଙ୍କ ବିରୋଧରେ ମାମଲା ରୁଜୁ

ବାରଣାସୀ: ହିଂସା ପାଇଁ ପୁଣି ଚର୍ଚ୍ଚାକୁ ଆସିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ। ମଙ୍ଗଳବାର ସନ୍ଧ୍ୟାରେ ଜଣେ ଏମସିଏ ଛାତ୍ରଙ୍କୁ ଅଜଣା ଆତତାୟୀମାନେ ଗୁଳିକରି ହତ୍ୟା କରିଛନ୍ତି I ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସମେତ ଅନ୍ୟ ସାତ ଜଣଙ୍କ ବିରୋଧରେ ମୃତ ଛାତ୍ରଙ୍କ ବାପା ଏଫଆଇଆର ରୁଜୁ କରିଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ଏମସିଏ ଦ୍ବିତୀୟ ବର୍ଷର ଛାତ୍ର ଗୌରବ ସିଂହ ତାଙ୍କ ସହପାଠୀଙ୍କ ସହ କଥା ହେଉଥିବା ବେଳେ କିଛି ଅଜଣା ଆତତାୟୀ ମୋଟର ସାଇକଲରେ ଆସି ଅଚାନକ ଗୁଳି ଚଳାଇଥିଲେ I ଗୌରବଙ୍କ ଛାତିରେ ଏବଂ ପେଟରେ ଗୁଳି ବାଜିଥିଲା I ହଷ୍ଟେଲ୍ ର କିଛି ଅନ୍ତେବାସୀ ଗୌରବକୁ ହସ୍ପିଟାଲ ନେଇଯାଇଥିଲେ ଏବଂ ସେଠାରେ ଅ‌େସ୍ତ୍ରାପଚାର କରାଯାଇ ଗୁଳି ବାହାର କରାଯାଇଥିଲା I କିନ୍ତୁ ଗୌରବଙ୍କ ମୃତ୍ୟୁ ମଙ୍ଗଳବାର ରାତିରେ ଘଟିଥିଲା ବୋଲି ପୋଲିସ ଅଧିକାରୀ ଭାରତ ଭୂଷଣ ତିୱାରୀ ସୂଚନା ଦେଇଛନ୍ତି I ଗୌରବଙ୍କ ବାପା ଏହି ମାମଲାରେ ବିଶ୍ଵବିଦ୍ୟଳର ତିନି କର୍ମଚାରୀ ଏବଂ ଅନ୍ୟ ପାଞ୍ଚ ଜଣକ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ବିଶ୍ବବିଦ୍ୟାଳୟର ପ୍ରଫେସର ରୋୟନା ସିଂହଙ୍କ ନାମ ଏଥିରେ‌ ରହିଛି। ଗୌରବଙ୍କ ବାପା ରାକେଶ ପ୍ରସାଦ ଅଭିଯୋଗ କରିଛନ୍ତି ଯେ ପ୍ରଫେସର ସିଂହ ତାଙ୍କ ପୁଅକୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ଆଖି ଆଗରେ ରଖି କ୍ୟାମ୍ପସ୍‌ର ମୁଖ୍ୟ ଫାଟକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ‌େପାଲିସ ଏସପି ସୁରେଶ ରାଓ ଆନନ୍ଦ କୁଲକର୍ଣ୍ଣି I ସୂଚନାଥାଉକି ଜଣେ ଛାତ୍ରର ଗିରଫକୁ ନେଇ ୨୦୧୭ରେ ହୋଇଥିବା ପ୍ରତିବାଦ ଏବଂ ହିଂସାରେ ଗୌରବଙ୍କ ଭୂମିକା ଥିବା ଅଭିଯୋଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତବର୍ଷ ତାଙ୍କୁ ବହିଷ୍କାର କରିଥିଲେ I

ସମ୍ବନ୍ଧିତ ଖବର