ଏଥର ଗଣତନ୍ତ୍ର ଦିବସରେ ୬୮ବର୍ଷ ତଳର ଇତିହାସକୁ ଦୋହରାଯିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଇତିହାସକୁ ଦୋହରା ଯିବ। ୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଭାରତ ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲା । ଏହି ଦିନ ଦକ୍ଷିଣ ପୂର୍ବ ଏସିଆର ପ୍ରବୀଣ ନେତା ଓ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି କର୍ଣ୍ଣେଲ୍‌ ସୁକର୍ଣ୍ଣୋଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।

ସ୍ୱାଧୀନତାର ୬୮ବର୍ଷ ପରେ ଭାରତ ପୁଣି ଥରେ ଇତିହାସକୁ ଦୋହରାଇ ଇଣ୍ଡୋନେସିଆର ବର୍ତ୍ତମାନର ରାଷ୍ଟ୍ରପତି ଜୋକୋ ବିଦୋଦୋଙ୍କୁ ଗଣତନ୍ତ୍ର ଦିବସରେ ନିମନ୍ତ୍ରଣ କରିଛି । ଚଳିତବର୍ଷ ଗଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ଆସିୟାନ୍‌ ରାଷ୍ଟ୍ରର ନଅଜଣ ଅନ୍ୟ ରାଷ୍ଟ୍ରାଧ୍ୟକ୍ଷ୍ୟଙ୍କୁ ଐତିହାସିକ ଉତ୍ସବରେ ଆମନ୍ତ୍ରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଆକ୍ଟ ଇଷ୍ଟ ନୀତିର ପାଳନ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ଏସିୟ ଦେଶର ସଙ୍ଗଠନ ଆସିୟାନ୍‌ର ୧୦ଟି ଦେଶର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ୨୦୧୮ ଜାନୁଆରି ୨୬ ବିଶେଷ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର