ହୋଲିରେ ଅଘଟଣ, ଲିିଭିଗଲା ୭ ଜୀବନ ଦୀପ 

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୃଥକ୍‌ ଶଡ଼କ ଦୁର୍ଘଟଣାରେ ୭ ଜୀବନ ଦୀପ ଲିଭିଯାଇଛି। ହୋଲି ପାଇଁ ସହର ଉତ୍ସବମୁଖର ଥିବାବେଳେ ଏକାବେଳେ ୭ଟି ଜୀବନ ଚାଲିଯିବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକୟ ଛାୟା ଖେଳିଯାଇଛି। ସୁଚନାନୁଯାୟୀ ବାରାବାଙ୍କିରେ ୩ଟି ଶଡ଼କ ଦୁର୍ଘଟଣାରେ ୫ ଜୀବନ ଯାଇଥିବାବେଳେ ବାନ୍ଦାରେ ମଧ୍ୟ ପୃଥକ ଭାବେ ଜଣେ ସିଟି ମାଜିଷ୍ଟ୍ରେଟ୍‌ଙ୍କ ସରକାରୀ କାର୍‌ରେ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣଙ୍କ ଜୀବନ ଯାଇଛି। ଅତିରିକ୍ତ ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ଲାଲ ଭାରତ କୁମାର ପାଲ୍‌ଙ୍କ କହିବା ଅନୁଯାୟୀ ମାଜିଷ୍ଟ୍ରେଟ୍‌ ରମେଶ ଚନ୍ଦ୍ର ତିଓ୍ଵାରି ଲୋକମାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବାପାଇଁ ତିନ୍ଦଓ୍ଵାରି ଯାଇଥିଲେ। ଏହି ସମୟରେ ତାଙ୍କ ଅଫିସ କାର ଏକ ମୋଟରସାଇକେଲ୍‌ ସହ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ହୋଲି ଉତ୍ସବ ସମୟରେ ଏକ ହିଂସାତ୍ମକ ସଂଘର୍ଷ ଦ୍ୱାରା ପାଖାପାଖି ୧୬ ଜଣ ଆହତ ହୋଇଛନ୍ତି। ସେହିପରି ଅନ୍ୟ ଏକ ଗ୍ରାମରେ ହୋଲି ଉତ୍ସବ ମନାଉଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଦେଖାଦେଇଥିଲା। ଉତ୍ୟକ୍ତ ଜନତା ଢେଲା ପଥର ମାଡ଼ କରିବାଦ୍ୱାରା ୫ ଜଣ ଆହତ ହୋଇଛନ୍ତି। ଉକ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଏବେ ଚିକିତ୍ସାଧିନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର