ସୀମାରେ ଭାରତ ନିର୍ମାଣ କରିଛି ସ୍ମାର୍ଟ ବାଡ, ଅନୁପ୍ରବେଶକାରୀ ଆସିବା ମାତ୍ରେ  ସାଇରନ ବାଜିବ

ଚଳିତ ମାସ ଶେଷରେ ଉଦଘାଟନ କରିବେ ରାଜନାଥ

ନୂଆଦିଲ୍ଲୀ : ପାକିସ୍ତାନ ଓ ବାଂଲାଦେଶକୁ ଲାଗିଥିବା ଭାରତୀୟ ସୀମାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ସ୍ମାର୍ଟ ବାଡ । ଏହା ନିକଟକୁ ଅନୁପ୍ରବେଶକାରୀ ଆସିବା ମାତ୍ରେ ତାହା ବିଏସଏଫର କଣ୍ଟ୍ରୋଲ ରୁମକୁ ଖବର ଦେଇଦେବ । ଚଳିତ ମାସର ଶେଷ ସପ୍ତାହରେ କେନ୍ଦ୍ର ଗ୍ହମନ୍ତ୍ରୀ ରାଜନାଥ ସିଂ ଏହାର ପାଇଲଟ ପ୍ରକଳ୍ପକୁ ଉଦଘାଟନ କରିବେ । ତେବେ ଗତ ଏପ୍ରିଲ ମାସରୁ  ପରୀକ୍ଷାମୂଳକ  ଭାବେ ଏହା କାର୍ଯକ୍ଷମ ହୋଇସାରିଛି । ଆଗାମୀ ଦିନରେ ଭାରତୀୟ ସୀମାର ପ୍ରାୟ ୨୪୦୦ କିଲୋମିଟର ଲମ୍ବର ଏହି ସ୍ମାର୍ଟ ବାଡ଼ ନିର୍ମାଣ କରାଯିବାକୁ ସରକାର ଯୋଜନା କରୁଛନ୍ତି । ସୀମାନ୍ତରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ରେ ସ୍ୱୟଂଚାଳିତ ନୀରିକ୍ଷକ ଜ୍ଞାନକୌଶଳ ସହ ବଳପୂର୍ବକ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କଲେ ବିପଦ କାଳିନ ଘଣ୍ଟି ବାଜିବା ସହ ଏହା ନିକଟତର ହେଲେ ମଧ୍ୟ ସେସମ୍ପର୍କିତ ସୂଚନା ବିଏସ୍ଏଫ୍ ପୋଷ୍ଟକୁ ପଠାଇବା ପରି ଅନେକ ଅତ୍ୟାଧୁନିକ ଓ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ତେବେ, ଦେଶର ସୁରକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଏଥିରେ ଆଉ କି କି ସୁରକ୍ଷା ବ୍ୟବସ୍ଥା ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବିଏସ୍ଏଫ୍ ମନା କରିଦେଇଛି।

ସମ୍ବନ୍ଧିତ ଖବର