ମିଛ ଖବର ସମ୍ବନ୍ଧୀୟ ପାକ୍ଷିକ ସଭାରେ ଯୋଗ ଦେବା ପାଇଁ ସାମାଜିକ ଗଣମାଧ୍ୟମ ସଂସ୍ଥାନକୁ କହିଲା ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ଆଉ ୬ ମାସରୁ କମ୍‌ ସମୟ ରହିଥିବା ବେଳେ ସାମାଜିକ ଗଣମାଧ୍ୟରେ ପ୍ରକାଶିତ ମଥ୍ୟା ସମାଚାର ଉପରେ ଚଢ଼ଉ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ କାମ କରୁଛି। ପାକ୍ଷିକ ସଭାରେ ଯୋଗ ଦେବା ନିମନ୍ତେ ଗୃହମନ୍ତ୍ରାଳୟ ସାମାଜିକ ଗଣମାଧ୍ୟମ ସଂସ୍ଥାନଗୁଡ଼ିକୁ କହିଛି। ଭୁଲ୍‌ ସୂଚନା ଏବଂ ମିଥ୍ୟା ଖବର ରୋକିବା ଲାଗି କି ପଦକ୍ଷେପ ସବୁ ନିଆଯାଇଛି ତାହା ଗୃହମନ୍ତ୍ରାଳୟକୁ ଅବଗତ କରାଇବାକୁ ଗୁଗଲ୍‌, ଟୁଇଟର୍‌, ହ୍ଵାଟ୍‌ସ୍‌ଆପ୍‌, ଫେସ୍‌ବୁକ୍‌ ଏବଂ ଅନ୍ୟ କମ୍ପାନିମାନଙ୍କୁ କୁହାଯାଇଛି। ଅଭିଯୋଗ ସମାଧାନ କରୁଥିବା ଅଧିକାରୀଙ୍କ ନାମ ଯୋଗାଇ ଦେବାକୁ ମଧ୍ୟ ମନ୍ତ୍ରାଳୟ ସେମାନଙ୍କୁ କହିଛି।

ଏହି ନୋଡାଲ୍‌ ଅଫିସର୍‌ମାନେ ଭୁଲ୍‌ ସୂଚନା ଏବଂ ମିଥ୍ୟା ସମାଚାର ଉପରେ ରୋକ ଲଗାଇବା ପାଇଁ ମନ୍ତ୍ରାଳୟ ଏବଂ କମ୍ପାନି ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ।

ଏଥିପାଇଁ ଗୁଗଲ୍‌ ନଭେମ୍ବର ୩୦ ଯାଏଁ ଶେଷ ତାରିଖ ବଢ଼ାଇବାକୁ ଅନୁମତି ଚାହିଁଛି। ସେପ୍ଟେମ୍ବର ମାସରେ ଭାରତ ପାଇଁ ହ୍ଵାଟ୍‌ସ୍‌ଆପ୍‌ କୋମଲ ଲାହିଡ଼ିଙ୍କୁ ନିଯୁକ୍ତ କରାଯାଇଛି। ବ୍ୟବହାରକାରୀ ଏବଂ ସରକାରୀ ଏଜେନ୍‌ସି ସହ ସମନ୍ଵୟ ରକ୍ଷା କରାଇବା ନିମନ୍ତେ ଖୁବ୍‌ ଶୀଘ୍ର କାହାକୁ ନିଯୁକ୍ତି କରାଯିବ ବୋଲି ହ୍ଵାଟ୍‌ସ୍‌ଆପ୍‌ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର