ଭୋପାଳ: ମଧ୍ୟପ୍ରଦେଶ ହନିଟ୍ରାପ୍‌ ମାମଲାରେ ସରକାର ବି ଫସୁଥିବା ନଜର ଆସୁଛି। କାରଣ ଭୋପାଳ ଓ ଇନ୍ଦୋରରୁ ଗିରଫ ହୋଇଥିବା ପାଞ୍ଚଜଣ ମହିଳାଙ୍କ ମୋବାଇଲ ଓ କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରାଯାଇଛି। ଯେଉଁଥିରୁ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜବତ ହୋଇଥିବା ମୋବାଇଲ୍‌ରେ ପାଖାପାଖି ୧ହଜାର ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଛି। ଏହି ଅଶ୍ଳୀଳ ଭିଡିଓ ମଧ୍ୟପ୍ରଦେଶର ଅନେକ ନେତା, ମନ୍ତ୍ରୀ ଓ ଅଫିସରଙ୍କ ଥିବା ଜଣାପଡ଼ିଛି। ହାର୍ଡଡିସ୍କରେ ବର୍ତ୍ତମାନ ସରକାରରେ ମନ୍ତ୍ରୀ ଥିବା ନେତାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ ରହିଛି।

Advertisment

publive-image

ଇନ୍ଦୋରର ଡିଆଇଜି ରୁଚି ବର୍ଧନ ମିଶ୍ରାଙ୍କ କହିବାନୁସାରେ, ମହିଳାଙ୍କ ଠାରୁ ଅନେକ ମୋବାଇଲ୍‌ ଜବତ ହୋଇଛି। ଗିରଫ ମହିଳାଙ୍କ ଘରୁ ପାଞ୍ଚଟି ହାର୍ଡଡିସ୍କ ସମେତ ଅନେକ ଇଲେକଟ୍ରୋନିକ୍‌ ଉପକରଣ ଜବତ କରାଯାଇଛି, ଯେଉଁଥିରେ ବହୁ ନାମୀଦାମୀ ଓ ବରିଷ୍ଠ ଅଫିସରଙ୍କ ନାମ ସାମ୍ନାକୁ ଆସିଛି। ସମସ୍ତ ଇଲେକଟ୍ରୋନିକ୍‌ ଉପକରଣକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି। ଏହି ଯାଞ୍ଚ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିବ।

publive-image oneindia.com

ଗିରଫ ୫ଜଣ ମହିଳାଙ୍କ ଠାରୁ ଜବତ ହୋଇଥିବା ହାର୍ଡଡିସ୍କରେ ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ, ୨ଜଣ ବର୍ତ୍ତମାନର ମନ୍ତ୍ରୀ, ତିନିଜଣ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ଜଣେ ରାଜନୈତିକ ଦଳର ବଡ଼ ନେତାଙ୍କ ନାମ ରହିଛି। ଏତଦ୍‌ବ୍ୟତୀତ ୫ଜଣ ଆଇଏଏସ୍‌ ଅଧିକାରୀ, ଡିଜି ସ୍ତରର ଜଣେ ଆଇପିଏସ୍‌ ଅଧିକାରୀ, ଏଡିଜି ର‍୍ୟାଙ୍କର ୨ଜଣ ଅଧିକାରୀ, ଅତିରିକ୍ତ ଏସ୍‌ପି ର‍୍ୟାଙ୍କର ୨ଜଣ ଅଧିକାରୀ, ୩ ସିଏସ୍‌ପି ର‍୍ୟାଙ୍କର ଅଧିକାରୀ , ୧୦ଜଣ ବିଲଡର ଓ ବ୍ୟବସାୟୀ, ଜଣେ ବର୍ତ୍ତମାନର ମନ୍ତ୍ରୀଙ୍କ ଓଏସ୍‌ଡି, ଜଣେ ବିଧାୟକ, ସାଗରର ଜଣେ ନେତା, ଇନ୍ଦୋରର ଜଣେ ନେତା ସହିତ ବର୍ତ୍ତମାନ ସରକାର ଓ ପୂର୍ବ ସରକାରଙ୍କ ଅନେକ ନେତାଙ୍କ ଅଶ୍ଲୀଳ ଭିଡିଓ ରହିଛି।