ହନିପ୍ରୀତିଙ୍କ ସହଯୋଗୀ ଗିରଫ, ମାଉସୀଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା

ସିରସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ପଞ୍ଚକୁଲା ସ୍ୱତନ୍ତ୍ର କୋର୍ଟ ଗୁରୁମିତ ରାମ ରାହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହାପରେ ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ହିଂସା ସୃଷ୍ଟି କରିବା ଅଭିଯୋଗରେ ଫେରାର ଥିବା ହନିପ୍ରୀତଙ୍କ ସହଯୋଗୀ ମାଉସୀକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ହରିୟାଣା ପୁଲିସ ଏସ୍‌ଆଇଟି ହିଂସା ସୃଷ୍ଟି କରିବା ସହିତ ଲୋକମାନଙ୍କୁ ଏଥିପାଇଁ ଉସୁକାଇବା ଫେରାର ଅଭିଯୁକ୍ତ ମାଉସୀ ଗୋଲୋଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ହନିପ୍ରୀତଙ୍କ ସହଯୋଗୀ ଗୋଲୋ ମାଉସୀ ରାଜସ୍ଥାନରେ ବସବାସ କରନ୍ତି। ସେ ଡେରାରେ ଲଙ୍ଗର ବ୍ୟବସ୍ଥାର ଦେଖାଶୁଣା କରନ୍ତି। ମାଉସିଙ୍କ ବିରୋଧରେ ହିଂସା ସୃଷ୍ଟି କରିବାର ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ମାଉସୀ ଫେରାର ହୋଇ ଯାଇଥିଲେ। ସେ ତାଙ୍କ ଭଣଜା ଗୁରତତ୍ତ ସହିତ ମିଶି ହିଂସା ସୃଷ୍ଟି କରିଥିଲେ। ମାଉସୀଙ୍କ ପୂର୍ବରୁ ତାଙ୍କ ଭଣଜାକୁ ଗିରଫ କରାଯାଇଥିଲା।

ରାମ ରହିମଙ୍କ ପୋଷ୍ୟକନ୍ୟା କୁହାଯାଉଥିବା ହନିପ୍ରୀତ ଇନ୍‌ସାଙ୍କୁ ହିଂସା ସୃଷ୍ଟି କରିବା ତଥା ଦେଶଦ୍ରୋହୀ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇ ଆମ୍ବଲା ଜେଲରେ ବନ୍ଦୀ ରଖାଯାଇଛି। ହନିପ୍ରୀତଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୧୨୧, ୧୨୧ଏ, ୨୧୬,୧୪୫,୧୫୦,୧୫୧,୧୫୨,୧୫୩ ଓ ୧୨୦ବିରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର