ରାମ ରହିମଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଇଚ୍ଛା କରିଥିବା ହନି ନିଜେ ଅସୁସ୍ଥ

ଚଣ୍ଡିଗଡ଼: ଦିନ ଥିଲା ରାମ ରହିମଙ୍କ ସହ ଜେଲ ଯାଇ  ତାଙ୍କ ସହ ଏକାଠି ରହିବା ପାଇଁ ଚାହୁଁଥିଲେ ହନିପ୍ରୀତ। କିନ୍ତୁ ଏବେ ବାବାଙ୍କ ଲାଡଲିଙ୍କ ଅବସ୍ଥା କହିଲେ ନସରେ।  ଏବେ ଜେଲରେ ବିଭିନ୍ନ ରୋଗର ଶିକାର ହୋଇଛନ୍ତି ହନି। ବଳାତ୍କାରୀ ବାବା ରାମରହିମଙ୍କ ସହ ଏକାଠି ଜେଲରେ ରହିବା ପାଇଁ ସ୍ୱପ୍ନ ଦେଖୁଥିବା ହନିପ୍ରୀତ କେବେ ଅପରାଧୀ ସାଜି ଜେଲ ଯିବେ ଭାବି ନ ଥିଲେ। ଏବେ ତାଙ୍କୁ ଦେଖାଚାହାଁ କରିବା ପାଇଁ ଲୋକ ଆବଶ୍ୟକ। କାରଣ ସେ ଅନେକ ରୋଗରେ ଆକ୍ରାନ୍ତ ହେଲେଣି।

ଗୁରମିତ ରାମରହିମଙ୍କୁ ପୁଲିସ କବଳରୁ ମୁକ୍ତ କରିବାକୁ ପ୍ରୟାସ କରି ନିଜେ ହନିପ୍ରୀତ ରାମରହିମଙ୍କ ସହ ଜେଲରେ ରହିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ଏହି ଇଚ୍ଛାକୁ ପୂର୍ଣ କରିବାଲାଗି ନକଲି ଡାକ୍ତରୀ ସାର୍ଟିଫିକେଟ ମଧ୍ୟ ତିଆରି କରିଥିଲେ। ଏଥିରେ ସଫା ଲେଖାଥିଲା ହନିପ୍ରୀତ ହେଉଛନ୍ତି ରାମରହିମଙ୍କ ଆଟେଣ୍ଡାଣ୍ଟ୍‌। ତେଣୁ ସେ ବାବାଙ୍କ ପାଖେ ରହିବା ନିହାତି ଜରୁରୀ, କାରଣ ଗୁରମିତ ରାମରହିମ ଅସୁସ୍ଥ ଅଛନ୍ତି।

ମାତ୍ର ଜେଲ ପ୍ରଶାସନ ଆରମ୍ଭରୁ ହିଁ ଏକ ଡାକ୍ତରୀ ଟିମ୍‌ ସଜାଗ କରି ରଖିଥିଲେ। ସେଠାରେ ରାମରହିମଙ୍କ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଲା ସେ ସମ୍ପୂର୍ଣ ସୁସ୍ଥ। ତେଣୁ ଗୁରମିତ ରାମରହିମ ଓ ହନିପ୍ରୀତଙ୍କ ଏକାଠି ରହିବା ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। କେବେ ଗୁରମିତ ରାଜଉଆସର ରାଣୀ ଥିବା ହନିପ୍ରୀତ ଆଜି ଜେଲର ଚାରିକାନ୍ଥ ଭିତରେ ଯନ୍ତ୍ରଣା ପାଉଛନ୍ତି।

 

ସମ୍ବନ୍ଧିତ ଖବର