୩୦ଲକ୍ଷ ଟଙ୍କା ଜରିମାନା ଦେଇ ପାରିବେ ନାହିଁ ବୋଲି ରାମରହିମ ହାଇକୋର୍ଟଙ୍କୁ ଗୁହାରି କଲେ
୪୦୦ପ୍ରଶ୍ନରୁ ୮୫ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ହନିପ୍ରୀତ
ସିରସା: ଡେରା ସଚ୍ଚା ସୌଦାମୁଖ୍ୟ ରାମରହିମଙ୍କୁ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ ୩୦ଲକ୍ଷ ଟଙ୍କା ଜରିମାନା ସହିତ ୨୦ବର୍ଷର ଜେଲଦଣ୍ଡର ଶୁଣାଣି କରିଥିଲେ। ତେବେ ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଆବେଦନ କରି ରାମ ରହିମ ଓକିଲ କହିଛନ୍ତି, ବାବା ଏହି ୩୦ଲକ୍ଷ ଟଙ୍କା ଜରିମାନା ଦେଇ ପାରିବେ ନାହିଁ। ଏ ନେଇ ବିଚାର କରାଯାଉ ବୋଲି ଗୁହାରି କରିଛନ୍ତି। ହାଇକୋର୍ଟ ଏ ନେଇ ସିବିଆଇ କୋର୍ଟକୁ ଏକ ନୋଟିସ୍ ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଡେରା ସଚ୍ଚା ସୌଦା ମୁଖ୍ୟ ରାମରହିମ ସିଂହଙ୍କୁ ଜେଲ ହେଲା ପରେ ଡେରାରେ ଥିବା ତାଙ୍କ ସମସ୍ତ ସମ୍ପତ୍ତି ଯାଞ୍ଚ କରାଯାଇଥିଲା। ରାମ ରହିମଙ୍କ ଡେରାରେ ଥିବା ସମ୍ପତ୍ତିର ମୂଲ୍ୟ ୧୦୦କୋଟିରୁ ଊର୍ଧ୍ୱ ହେବ ବୋଲି ଆକଳନ କରାଯାଇଥିଲା। ଡେରାରୁ ରାମ ରାମହିଙ୍କ ଅନେକ ମୂଲ୍ୟବାନ ଅଳଙ୍କାର, ପୋଷାକ ଓ ଚପଲ ଜୋତା ମିଳିଥିଲା। ଏଥିସହିତ ସେ ଡେରାରେ ଚାଷ କରୁଥିବା ପନିପରିବା ଯେମିତିକି ବାଇଗଣ, ଅମୃତଭଣ୍ଡା, ଲଙ୍କା ଓ ବିଲାତି ବାଇଗଣକୁ ଚଢ଼ାରୁ ଚଢ଼ା ଦରରେ ବିକ୍ରି କରୁଥିଲେ। ଲୋକମାନେ ବି ଏହାକୁ ରାମ ରହିମଙ୍କ ପ୍ରସାଦ ଭାବି କିଣୁଥିଲେ।
ତେବେ ଆଜି ରାମ ରହିମଙ୍କ ଓକିଲ ପଞ୍ଚାବ ଓ ହରିୟାଣା ହାଇକୋର୍ଟରେ ଦ୍ୱାରସ୍ଥ ହୋଇ ରାମ ରହିମଙ୍କ ଗୁହାରି ଶୁଣାଇ କହିଥିଲେ ଯେ, ଦୁଷ୍କର୍ମ କରିଥିବା ମାମଲାର ଶୁଣାଣି କରି ରାମ ରହିମଙ୍କୁ ପଞ୍ଚକୁଲା ସିବିଆଇର ସ୍ୱତନ୍ତ୍ର ଅଦାଲତ ୨୦ବର୍ଷର ଜେଲଦଣ୍ଡ ସହିତ ୩୦ଲକ୍ଷ ଟଙ୍କା ଜରିମାନା କରିଥିଲେ। ରାମ ରହିମ ଏଣିକି ଏତେ ଗୁଡାଏ ଟଙ୍କା କେଉଁଠି ଆଣିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ଏତେ ଟଙ୍କା ଗୁରୁମିତ ରାମ ରହିମ ଦେଇ ପାରିବେ ନାହିଁ । ଏ ନେଇ କିଛି ବିଚାର କରିବା ପାଇଁ ହାଇକୋର୍ଟକୁ ଆବେଦନ କରିଛନ୍ତି ରାମ ରହିମଙ୍କ ଓକିଲ।
ଏପଟେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସା ସୃଷ୍ଟି କରିବାରେ ସାମିଲ ଥିବା ବାବାଙ୍କ ପୋଷ୍ୟକନ୍ୟା ହନିପ୍ରୀତଙ୍କୁ ପୁଲିସ ୬ଦିନ ରିମାଣ୍ଡରେ ନେଇଥିଲା। ସୋମବାର ହନିପ୍ରୀତଙ୍କ ରିମାଣ୍ଡ ଶେଷ ହେବ। ମଙ୍ଗଳବାରଠାରୁ ପୁଣିଥରେ ହନିପ୍ରୀତଙ୍କୁ ପଞ୍ଚକୁଲା କୋର୍ଟରେ ହାଜର କରାଯିବ। ତେବେ ପୁଲିସ ହନିପ୍ରୀତଙ୍କୁ ପୁଣି ଥରେ ରିମାଣ୍ଡରେ ନେଇ ପାରେ ବୋଲି ଶୁଣିବାକୁ ମିଳୁଛି।
ପୁଲିସ ହନିପ୍ରୀତଙ୍କ ପରେ ଅନ୍ୟ ଅଭିଯୁକ୍ତଙ୍କୁ ହନିପ୍ରୀତଙ୍କ ସମ୍ମୁଖରେ ବସାଇ ପଞ୍ଚକୁଲାରେ ସୃଷ୍ଟି କରିଥିବା ଦଙ୍ଗାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ।୨୪ଘଣ୍ଟା ଧରି ହନିପ୍ରୀତଙ୍କ ଡ୍ରାଇଭର ରାକେଶଙ୍କୁ ସେମାନଙ୍କ ସାମ୍ନାରେ ବସାଇ ମଧ୍ୟ ପୁଲିସ ପ୍ରଶ୍ନ ପଚାରିଥିଲା। ଏଥିସହିତ ହନିପ୍ରୀତଙ୍କ ସହିତ ଗିରଫ ହୋଇଥିବା ଗୁରୁଦୀପ କୌରଙ୍କୁ ପ୍ରଶ୍ନ ମାଡ ମଧ୍ୟ କରାଇଥିଲା। ତେବେ ଇତିମଧ୍ୟରେ ହନିପ୍ରୀତଙ୍କୁ ପୁଲିସ ୪୦୦ପ୍ରଶ୍ନ ପଚାରିଥିଲା ବେଳେ ହନିପ୍ରୀତ ସେଥିମଧ୍ୟରୁ ୮୫ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷ କେତେଟି ପ୍ରଶ୍ନରେ ଉତ୍ତର ନ ଦେଇ ନିରବ ରହିଥିଲେ।
ହନିପ୍ରୀତଙ୍କୁ ୩ ଅକ୍ଟୋବରରୁ ଜିରକପୁର-ପଟିଆଲା ରୋଡରୁ ପୁଲିସ ଗିରଫ କରିଥିଲା। ସେ ୩୮ଦିନ ହେବ ଫେରାର ଥିଲେ। ପଞ୍ଚକୁଲା କୋର୍ଟ ୪ଅକ୍ଟୋବରରେ ୬ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଥିଲା।