ତୀବ୍ର ହେଉଛି ହଂକଂରେ ଚୀନ ବିରୋଧୀ ଆନ୍ଦୋଳନ, ଲୁହବୁହା ଗ୍ୟାସ ଛାଡିଲା ପୁଲିସ

ହଂକଂ : ହଂକଂରେ ଚୀନ ବିରୋଧୀ ଓ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି ବିକ୍ଷୋଭକାରୀଙ୍କ ଆନ୍ଦୋଳନ ତୀବ୍ର ହେବାରୁ ବାଧ୍ୟ ହୋଇ ପୁଲିସ ଲୁହବୁହା ଗ୍ୟାସ ଛାଡିଥିଲା । ଅନ୍ୟପକ୍ଷରେ ହଂକଂର ସଡ଼କଗୁଡ଼ିକରେ ଲାଗିଥିବା ଲାଇଟପୋଷ୍ଟ ଗୁଡ଼ିକରେ ଆନ୍ଦୋଳନକାରୀଙ୍କୁ ଚିହ୍ନଟ ପାଇଁ ଚୀନ ସରକାର କେତେକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଉପକରଣ ଲଗାଇଥିବା ଚର୍ଚ୍ଚା ହେବାପରେ ଆନ୍ଦୋଳନକାରୀମାନେ ସେଗୁଡ଼ିକୁ ଭାଙ୍ଗିଦେଇଛନ୍ତି । ଏକ ସପିଂ ମଲ ନିକଟରେ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ହେବାରୁ ସେଠାରେ ଦଙ୍ଗାନିରୋଧୀ ପୁଲିସ ମୁତୟନ କରାଯାଇଥିଲା ।
ଏକ ପ୍ରତ୍ୟାର୍ପଣ ଆଇନକୁ ନେଇ ହଂକଂରେ ଗତ ଦୁଇ ମାସ ତଳେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା । ପ୍ରବଳ ବିରୋଧ ଯୋଗୁଁ ଚୀନ ସରକାର ଏହି ବିଲକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ବିକ୍ଷୋଭକାରୀମାନେ ଏହି ବିଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଛନ୍ତି । ଅନ୍ୟପକ୍ଷରେ ଏହି ଆନ୍ଦୋଳନର ପରିଣତି ଭୟଙ୍କର ହେବ ବୋଲି ଚୀନ ସରକାର ସତର୍କ କରାଇଦେଇଛନ୍ତି । ଏହା ସତ୍ତ୍ୱେ ବିକ୍ଷୋଭ ଜାରି ରହିଛି ଓ ଦିନକୁ ଦିନ ଅଧିକ ଉଗ୍ର ହେଉଛି ।

ସମ୍ବନ୍ଧିତ ଖବର