ନୋଏଡ଼ାରେ ଅନର କିଲିଂ!, ଝୁଲନ୍ତା ଅବସ୍ଥାରେ ମିଳିଲା ଦୁଇ ଭଉଣୀଙ୍କ ଶବ

ନୋଏଡ଼ା: ନୋଏଲ ସେକ୍ଟର-୪୯ସ୍ଥିତ ବରୌଲା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ଏକ ଅନର କିଲିଂ ବୋଲି ଚର୍ଚ୍ଚା ଚାଲିଛି । ପାରିପାର୍ଶ୍ୱିକ ସ୍ଥିତି ଓ ପଡ଼ୋଶୀଙ୍କ ବୟାନ ମୁତାବକ ଏହା ଅନରକିଲିଂ ବୋଲି ଜଣାପଡ଼ିବା ପରେ ପୁଲିସ୍‌ ସେହି ଆଧାରରେ ତଦନ୍ତ ଜାରି ରଖିଛି। ମୃତକ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ଓ ଅନ୍ୟ ଜଣଙ୍କୁ ୧୩ ବର୍ଷ । ପରିବାରରେ ଆହୁରି ୩ ଜଣ ଝିଅ ଥିବାବେଳେ ଜଣେ ପୁଅ ଓ ବାପା-ମା’ ଅଛନ୍ତି। ମୃତ ଦୁଇ ଝିଅଙ୍କ ସହ ଜଣେ ସଂପର୍କୀୟ ବ୍ୟକ୍ତିର ଅନୈତିକ ସଂପର୍କ ନେଇ କିଛିଦିନ ତଳେ ଚର୍ଚ୍ଚା ହୋଇଥିଲା ଏବଂ ଏହା ପାରିବାରିକ କଳହରେ ପରିଣତ ହୋଇଥିଲା।

ସମ୍ବନ୍ଧିତ ଖବର