ପାକିସ୍ତାନରେ ଅନର୍‌ କିଲିଂ

ଇସ୍‌ଲାମାବାଦ: ପାକିସ୍ତାନରେ ଏକ ବୀଭତ୍ସ ଅନର୍‌ କିଲିଂ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଝିଅ ଏବଂ ଝିଅର ପ୍ରେମିକଙ୍କୁ ବାନ୍ଧି ସେମାନଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି। ପାକିସ୍ତାନର ଏଟ୍ଟୋକ୍‌ ଜିଲ୍ଲାର ଏକ ଛୋଟିଆ ଗ୍ରାମରେ ଏହା ଘଟିଛି। ସୂଚନା ମୁତାବକ ୧୮ ବର୍ଷୀୟା ପ୍ରେମିକାକୁ ଭେଟିବା ପାଇଁ ୨୧ ବର୍ଷୀୟ ପ୍ରେମିକ ତାଙ୍କ ଘରକୁ ଯାଇଥିଲା। ଏହି ସମୟରେ ଝିଅର ପିତା ସେମାନଙ୍କୁ ଦେଖିଦେଇଥିଲେ। ଏହାପରେ ସେମାନଙ୍କୁ ଗୋଟିଏ ଖୁଣ୍ଟରେ ଏକାଠି ବନ୍ଧାଯାଇଥିଲା। ଝିଅର ପିତା ମସୁଦ୍‌ ଓ ଦାଦା ଓ୍ଵହିଦ୍‌ ମିଶି ସେମାନଙ୍କ ମୁଣ୍ଡ କାଟି ଅଲଗା କରିଦେଇଥିଲେ।

ସମ୍ବନ୍ଧିତ ଖବର