ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଓରମାନିଆ ଜେନେରାଲ ହସ୍ପିଟାଲରେ ଡାକ୍ତର ଓ ନର୍ସଙ୍କ ସମେତ ସମସ୍ତ ଷ୍ଟାଫ୍ ଶୁକ୍ରବାର ହସ୍ପିଟାଲର ଖରାପ ଅବସ୍ଥାକୁ ନେଇ ବିରୋଧ ପ୍ରଦର୍ଶନ କରି ହେଲମେଟ ପିନ୍ଧି କାମ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେଲେଙ୍ଗାନା ସରକାରଙ୍କ ଦ୍ୱାରା ସଞ୍ଚାଳିତ ଓରମାନିଆ ହସ୍ପିଟାଲ କୋଠା ଖରାପ ପରିସ୍ଥିତିରେ ରହିଛି। ଏହାକୁ ଦେଖି ହସ୍ପିଟାଲ ଷ୍ଟାଫ୍ ବିରୋଧ ପ୍ରଦର୍ଶନ କରି ହେଲମେଟ ପିନ୍ଧ କାମ କରିଥିଲେ। ତେବେ ହସ୍ପିଟାଲ କୋଠାର ଏଭଳି ଅବସ୍ଥା ପାଇଁ ଷ୍ଟାଫ୍ଙ୍କ ବିରୋଧ ପ୍ରଦର୍ଶନ ପ୍ରଥମ ନ ଥିଲା। ଏହା ପୂର୍ବରୁ ରୋଗୀଙ୍କ ଚିକିତ୍ସା ଗଛ ତଳେ କରି ହସ୍ପିଟାଲ ଷ୍ଟାଫ୍ ବିରୋଧ ପ୍ରଦର୍ଶନ କରିଥିଲେ।
ଓରମାନିଆ ୟୁନିଭିର୍ସିଟିର ଜଏଣ୍ଟ ଆକସନ୍ କମିଟିର ଚ୍ୟାୟାରମ୍ୟାନ୍ ଡାକ୍ତର ପାଣ୍ଡାଙ୍କ କହିବାନୁସାରେ, ହସ୍ପିଟାଲ ଛାତରୁ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ରୋଗୀ, ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପରେ ପଡ଼ୁଛି। ଏଭଳି ପରିସ୍ଥିତିରେ ହସ୍ପିଟାଲ ଭିତରେ ରହିବା ବିପଦପୂର୍ଣ୍ଣ ରହିଛି। ଆମେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରୁଛି କି ଡାକ୍ତର ଓ ରୋଗୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏକ ନୂଆ କୋଠା ନିର୍ମାଣ କିମ୍ବା ଏହି ହସ୍ପିଟାଲର ମରାମତି କରି ଦିଅନ୍ତୁ।
Hyderabad: Doctors, nurses & other staff at Osmania General Hospital y’day wore helmets during duties as a mark of protest against poor condition of the building of the state govt-run hospital.They had earlier conducted out-patients checkups under trees to show protest.#Telangana pic.twitter.com/9NM3pzaOut
— ANI (@ANI) September 8, 2018