ଭାରତରେ ଲଞ୍ଚ ହେଲା ଉଡ଼ନ୍ତା ହୋଟେଲ

ନୋଏଡା: ରେସ୍ତୋରାଁ ଓ ହୋଟେଲରେ ଖାଇବା ଆଜିକାଲି ଅତି ସାଧାରଣ ହୋଇଗଲାଣି | ପରିବାର ଓ ବନ୍ଧୁଙ୍କ ସହ ରେସ୍ତୋରାଁରେ ଖାଦ୍ୟ ଖାଇବା ସହ କିଛି ସମୟ ବିତାଇବା ଏବେ ସମସ୍ତେ ପସନ୍ଦ କରୁଛନ୍ତି | ତେବେ ଆପଣ କେବେ ଭୂମି ଉପରେ ଆକାଶରେ ଖାଇଛନ୍ତି କି | ଆପଣ ଭାବିବେ ଆମେ ବିମାନ ଯାତ୍ରା ସମୟରେ ଖାଦ୍ୟ ଖାଇବା କଥା କହୁଛୁ | ସେମିତି ବିଲକୁଲ ନୁହେଁ | ଏବେ ଭାରତରେ ପ୍ରଥମ ଉଡ଼ନ୍ତା ରେସ୍ତୋରାଁ ସେବା ଆରମ୍ଭ କରାଯାଇଛି | ଉତ୍ତରପ୍ରଦେଶର ନୋଏଡାରେ ଏବେ ଏମିତି ଏକ ରେସ୍ତୋରାଁର ଶୁଭାରମ୍ଭ କରାଯାଇଛି |

ନୋଏଡାର ସେକ୍ଟର ୩୮ଏରେ ଗାର୍ଡେନ ଗ୍ୟାଲେରିଆ କ୍ୟାମ୍ପସରେ ଏଭଳି ଏକ ରେସ୍ତୋରାଁ ସ୍ଥାପନ କରାଯାଇଛି | ଯେଉଁଠି ଆପଣ ୧୬୦ ଫୁଟ ଉପରେ ବସି ଖାଦ୍ୟ ଖାଇବାର ମଜା ନେଇପାରିବେ | ଏହି ରେସ୍ତୋରାଁରେ ଉଭୟ ଦିନ ଓ ରାତି ପାଇଁ ସ୍ୱତନ୍ତ୍ର ଆଲୋକର ବ୍ୟବସ୍ଥା ମଧ୍ୟ କରାଯାଇଛି | ଏକା ସାଙ୍ଗରେ ଏହି ରେସ୍ତୋରାଁରେ ୨୪ ଜଣ ଲୋକ ଖାଦ୍ୟ ଖାଇପାରିବେ |

ତେବେ ଏଥିପାଇଁ ଆପଣଙ୍କୁ କ୍ରେନ ମାଧ୍ୟମରେ ରେସ୍ତୋରାଁରେ ପହଞ୍ଚିବାକୁ ପଡିବ | ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଆପଣ ସିଟ ବେଲ୍ଟ ପିନ୍ଧି ହିଁ ବସିବାକୁ ପଡିବ | ଏଭଳି ଏକ ଝୁଲା ହୋଟେଲରେ ଖାଦ୍ୟ ଖାଇବାର ଅନୁଭୂତି ଆପଣ ନେବାକୁ ଚାହୁଁଛନ୍ତି କି, ତେବେ ଶୀଘ୍ର ଯାଆନ୍ତୁ |

ସମ୍ବନ୍ଧିତ ଖବର