ବନ୍ୟାର କରାଳ ରୂପ ! ପାଣିରେ ଭାସଗଲା ଦୁଇଟି କୋଠାଘର, ଦେଖନ୍ତୁ ସେ ସମୟର ଭୟଙ୍କର ଦୃଶ୍ୟ

ବଙ୍କୁଡ଼ା :ପଶ୍ଚିମବଙ୍ଗର ବଙ୍କୁଡ଼ାରେ ଦେଖିବାକୁ ମିଲିଛି ବନ୍ୟାର କରାଳ ରୂପ । ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛି ଦୁଇଟି କୋଠାଘର । ପାଣିଘେରରୁ ଲୋକମାନଙ୍କୁ ଉଦ୍ଧାର କରାଯିବାର କିଛି ସମୟ ମଧ୍ୟରେ ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ ଲୋକେ । ଏହି ଘଟଣାଟି ବଙ୍କୁଡ଼ା ଜିଲ୍ଲାରେ ଘଟିଥିବା ବେଳେ ସେ ସମୟରେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖିବା ପରେ ସମସ୍ତଙ୍କର ରୁମ ଟାଙ୍କୁରି ଉଠିଛି ।

ଲାଗାତାର ବର୍ଷା ହେତୁ ଘରର ତଳ ଭାଗ ଦୁର୍ବଳ ହୋଇ ଯାଇଥିବା ବେଳେ ଘର ପାଖରେ ଥିବା କେନାଲ ଭାଙ୍ଗିଯିବାରୁ ପାଣିର ସ୍ରୋତ ଅଧିକ ରହିଥିଲା । ଯାହା ଫଳରେ ଦୁଇଟି ଘର ଚାହୁଁ ଚାହୁଁ ପାଣିରେ ମିଶି ଯାଇଥିଲା । ଏହି ଦୁର୍ଘଟଣା ପରେ କେହି ମୃତ୍ୟୁବରଣ କରି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର