ଋତୁସ୍ରାବ ହୋଇଥିବା ମହିଳାଙ୍କୁ ଶୌଚାଳୟ ବ୍ୟବହାର କରିିବାକୁ ମନା କଲେ ଶୌଚାଳୟକର୍ମୀ, ତା’ ପରେ…

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ମହିଳା ଦାବି କରିଛନ୍ତି ଯେ ଋତୁସ୍ରାବ ହେଉଥିବା ଜାଣି ମଧ୍ୟ ତାଙ୍କୁ ସହରର ଏକ ସିନେମା ହଲରେ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଇ ନଥିଲା। ଶୌଚାଳୟରେ ଉପସ୍ଥିତ ଶୌଚାଳୟ କର୍ମୀମାନେ ମହିଳାଙ୍କୁ କହିଥିଲେ ଯେ, ସଫା କାମ ଚାଲିଛି। ଏବେ ଭିତରକୁ ଗଲେ ଚଟାଣରେ କାଦୁଅ ଲାଗିଯିବ। ଏହାକୁ ବିରୋଧ କରି ଏବେ ମହିଳା ଏବଂ ତାଙ୍କ ସ୍ୱାମୀ ପୁଲିସ ନିକଟକୁ ଯାଇ ଏହି ଘଟଣା ସଂପର୍କରେ ଅଭିଯୋଗ କରିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ଶନିବାର ରାଜାରହାଟରେ ରହୁଥିବା ମହିଳା ଏବଂ ତାଙ୍କ ସ୍ୱାମୀ ସନ୍ଧ୍ୟାରେ ଉତ୍ତର କୋଲକାତାର ହାଟିବାଗାନ ଅଞ୍ଚଳର ଏକ ପ୍ରସିଦ୍ଧ ସିନେମା ହଲକୁ ଯାଇଥିଲେ। ଚଳଚ୍ଚିତ୍ର ଦେଖିବା ପରେ ମହିଳାଜଣକ ଶୌଚାଳୟକୁ ଯାଇଥିଲେ କିନ୍ତୁ ତାଙ୍କୁ ଶୌଚାଳୟକର୍ମୀମାନେ ଅଟକାଇ ଥିଲେ। ମହିଳା ଜଣକ ଭିତରକୁ ଯିବାବେଳେ କର୍ମଚାରୀମାନେ ଶୌଚାଳୟ ସଫା କରୁଥିଲେ। ମହିଳାଙ୍କୁ ଦେଖି ସେ ତାଙ୍କୁ ଅନ୍ୟ ସ୍ଥାନରେ ଯାଇ ଶୌଚାଳୟ ବ୍ୟବହାର କରିବାକୁ କହିଥିଲେ। ଶୌଚାଳୟକର୍ମୀମାନେ ମନା କରିବା ପରେ ମହିଳାଜଣଙ୍କ ଋତୁସ୍ରାବ ବିଷୟରେ କହିଥିଲେ। ଋତୁସ୍ରାବ ବିଷୟରେ ଜାଣିବା ପରେ ମଧ୍ୟ କର୍ମଚାରୀମାନେ, ଆମେ ସଫା କରୁଛୁ। ତୁମେ ଭିତରକୁ ଆସିଲେ ପୁଣି କାଦୁଅ ହୋଇ ଅପରିଷ୍କାର ହୋଇଯିବ। ତୁମେ ସିନେମା ହଲ୍ ବାହାରେ ଥିବା ‌ଶୌଚାଳୟ ବ୍ୟବହାର କର ବୋଲି କହିଥିବା ଅଭିଯୋଗ କରିଛନ୍ତି ମହିଳା।

Image result for public toilet
CBC.ca

ଏହା ସହ ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ସୋସିଆଲ ମିଡିଆକୁ ଯାଇ ପୁରା ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ନେଟେନିଜେନ୍ସ ସିନେମା ହଲ୍ ଏବଂ ଏହାର କର୍ମକର୍ତ୍ତାଙ୍କୁ ସେମାନଙ୍କ ଆଭିମୁଖ୍ୟ ପାଇଁ ନିନ୍ଦା କରିଛନ୍ତି। ଅନ୍ୟ ପକ୍ଷରେ ସିନେମା ହଲର ମ୍ୟାନେଜର କହିଛନ୍ତି ଯେ, ଏହି ଘଟଣା ଏକ ଭୁଲ ବୁଝାମଣାରୁ ଘଟିଛି। ତେବେ ପୁଲିସର ଅଭିଯୋଗ ହେବାର କିଛି ସମୟ ପରେ ମ୍ୟାନେଜର କର୍ମଚାରୀଙ୍କ ଆଚରଣ ପାଇଁ ଦମ୍ପତ୍ତିଙ୍କୁ କ୍ଷମା ମାଗିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର