ନୂଆଦିଲ୍ଲୀ: ୟୁନାଇଟେଡ୍ ନେସନ୍ସ୍ ଜେନେରାଲ୍ ଆସେମ୍ଲିର (ୟୁଏନ୍ଜିଏ) ୭୪ତମ ଅଧିବେଶନରେ ଯୋଗ ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ହୋଟେଲ୍ରେ ଅବସ୍ଥାନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ସ୍ୱତନ୍ତ୍ର ମେନୁ ପ୍ରସ୍ତୁତି କରୁଛନ୍ତି ହଷ୍ଟନ୍ର ଜଣେ ପାଚିକା।
ପ୍ରଧାନମନ୍ତ୍ରୀ କୌଣସି ସ୍ୱତନ୍ତ୍ର ଖାଦ୍ୟ ପାଇଁ ବରାଦ କରିନାହାନ୍ତି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ରହଣି ସମୟରେ ପାଚିକା କିରଣ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରଷାଯିବା ପାଇଁ ସ୍ୱତନ୍ତ୍ର ‘ନମୋ’ ଥାଳି ପ୍ରସ୍ତୁତି କରୁଛନ୍ତି।
/sambad/media/post_attachments/wp-content/uploads/2019/09/kv-225x300.jpg)
ଦୁଇ ପ୍ରକାରର ‘ନମୋ’ ଥାଳି ପ୍ରସ୍ତୁତି ହେବ- ନମୋ ଥାଳି ମିଠାଇ ଏବଂ ନମୋ ଥାଳି ସେଉରି। ଦେଶୀ ଘିଅରେ ସବୁ ବ୍ୟଞ୍ଜନ ପ୍ରସ୍ତୁତି ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ ମେନୁରେ କିସମ କିସମର ଚଟଣି ବି ରହିବ।
ନମୋ ଥାଳି ମିଠାଇରେ ରହିବ ଶ୍ରୀଖଣ୍ଡ, ରସମଲାଇ, ଗାଜର ହାଲୁଆ, ବାଦାମ ହାଲୁଆ। ନମୋ ଥାଳି ସେଉରିରେ ରହିବ ଖିଚିଡ଼ି, କଚୁଡ଼ି ଏବଂ ମେଥି ଥେପ୍ଲା।
ପାଚିକା କିରଣ କହନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସକାଶ ବିଭିନ୍ନ ରାଜ୍ୟ ଓ ସହରମାନଙ୍କର ବ୍ୟଞ୍ଜନ ପ୍ରସ୍ତୁତି କରାଯିବ। ସେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରୋଷେଇ କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
ଶନିବାର ଦିନ ପ୍ରଧାମନ୍ତ୍ରୀ ମୋଦୀ ହଷ୍ଟନ୍ରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/kiran-verma.jpg)