ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁଲାସା: ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ’ରେ ଏଭଳି ହିନ୍ଦି ଭାଷା ବୁଝୁଥିଲେ ବେୟର ଗ୍ରୀଲ୍ସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ବଡ଼ ଖୁଲାସା କରିଛନ୍ତି । ଡିସ୍କଭରୀ ଚ୍ୟାନେଲରେ ପ୍ରସାରିତ ହୋଇ ସାରିଥିବା ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡର ଅଧ୍ୟାୟକୁ ନେଇ ମୋଦୀ ଶ୍ରୋତାମାନଙ୍କ ସହ ଆଲୋଚନା କରିଥିଲେ । ସୋ’ର ହୋଷ୍ଟ ବେୟର ଗ୍ରୀଲ୍ସ କିଭଳି ମୋଦୀଜୀଙ୍କ ହିନ୍ଦି ଭାଷା ବୁଝି ପାରୁଥିଲେ ତାହା ମୋଦୀଜୀ ଜଣାଇଥିଲେ ।

टेक्नोलॉजी ने मिटाई भाषा की दूरी
oneindia.com

‘ମନ୍‌ କି ବାତ୍‌’ରେ ମୋଦୀ କହିଥିଲେ, ମୋ ପାଖକୁ ଏକ ସମାନ ପ୍ରଶ୍ନ ଅନେକ ଥର ଆସିଛି । ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ’ର ହୋଷ୍ଟ ବେୟର ଗ୍ରୀଲ୍ସ କିଭଳି ମୋର ହିନ୍ଦି ଭାଷା ବୁଝି ମୋ ସହ କଥା ହୋଇଥିଲେ ସେ ପ୍ରଶ୍ନ ବାରମ୍ବାର ମୋ ପାଖକୁ ଆସୁଥିବା ବେଳେ ଏହା ଟେକ୍ନୋଲୋଜି ପାଇଁ ସମ୍ଭବ ହୋଇଥିଲା ବୋଲି ମୁଁ କହିବି । ଟେକ୍ନୋଲୋଜି ମୋର ଏବଂ ବେୟର ଗ୍ରୀଲ୍ସଙ୍କ ମଧ୍ୟରେ ବନ୍ଧ ଭଳି କାମ କରିଥିଲେ । ମୁଁ ଯାହା ବି ହିନ୍ଦିରେ କହୁଥିଲି ବେୟରଙ୍କ କାନରେ ଲାଗିଥିବା ଏକ ଡିଭାଇସ୍‌ ତାଙ୍କୁ ଇଂରାଜୀରେ ଅନୁବାଦ କରି ଶୁଣାଉଥିଲା । ଯାହା ପାଇଁ ମୋତେ କୌଣସି ଅସୁବିଧା ହୋଇ ନଥିଲା ।

ସମ୍ବନ୍ଧିତ ଖବର