ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ କୌଣସି ମୁହୂର୍ତ୍ତରେ ବି ଫାଶୀ ଦିଆଯାଇପାରେ | ତେବେ ଫାଶୀ ଦେଉଥିବା ଘାତକଙ୍କ ଦରମା କେତେ ଟଙ୍କା ଆପଣ ଜାଣନ୍ତି କି ? ଆଜି ଆମେ ଘାତକଙ୍କୁ ମିଳୁଥିବା ଦରମା ବାବଦରେ କହିବୁ | ପ୍ରଥମେ ଘାତକ ମାନଙ୍କୁ ପ୍ରତି ଫାଶୀ ପିଛା ୧୦୦ ଟଙ୍କା ମିଳୁଥିଲା | ସେତେବେଳେ ଏହି ଅର୍ଥ ରାଶି ବହୁତ ଅଧିକ ଥିଲା |
/sambad/media/post_attachments/wp-content/uploads/2019/12/Nirbhaya-Case-784x441-300x260.jpg)
୨୦୧୩ ମସିହାରେ ଏହି ଅର୍ଥ ରାଶି ବଢି ୩ ହଜାର ଟଙ୍କାରେ ପହଞ୍ଚିଛି | କିନ୍ତୁ ଏହି ଅର୍ଥ ରାଶି ଆଜିକାର ଯୁଗରେ କମ ହୋଇଥିବାରୁ ଏହାକୁ ନେଇ ଘାତକମାନେ ସ୍ୱର ଉତ୍ତୋଳନ କରିଥିଲେ | ଏହାପରେ ଫାଶୀ ଦେଉଥିବା ଘାତକଙ୍କୁ ୫ ହଜାର ଟଙ୍କା ପାରିଶ୍ରମିକ ମିଳୁଛି | ଏଠାରେ ସୂଚନା ଥାଉ କି ତିହାର ଜେଲ୍ରେ ସମସ୍ତ ୪ ଜଣ ଦୋଷୀ ଥିବାବେଳେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀସ୍ଥିତ ତିହାର ଜେଲ୍କୁ ଉତ୍ତରପ୍ରଦେଶରୁ ୨ ଜଣ ଘାତକ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ତିହାର ଜେଲ୍ କର୍ତ୍ତୃପକ୍ଷ ବିହାରର ବକ୍ସର ଜେଲ୍କୁ ଦଉଡ଼ି ପ୍ରସ୍ତୁତ କରିବାପାଇଁ କହିଥିବା ଜଣାପଡ଼ିଛି। ଦୋଷୀମାନଙ୍କୁ ଏହି ଦଉଡ଼ିରେ ଫାଶୀ ଦିଆଯିବ ବୋଲି କୁହାଯାଉଛି।