କିପରି ହେବ ନୂଆ ପ୍ରତିରକ୍ଷା ମୁଖ୍ୟଙ୍କ ୟୁନିଫର୍ମ ?

ନୂଆଦିଲ୍ଲୀ : ସେନାମୁଖ୍ୟ ପଦରୁ ଆଜି ଅବସର ଗ୍ରହଣ କରିଥିବା ଜେନେରାଲ ବିପିନ ରାଓ୍ଵତ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ସେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ କିପରି ରହିବ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫଙ୍କ ୟୁନିଫର୍ମ ? ଭାରତୀୟ ସେନା ପକ୍ଷରୁ ଏହାର ଉତ୍ତର ଦିଆଯାଇଛି । ଆଜି ସେନା ପକ୍ଷରୁ ତାଙ୍କର ୟୁନିଫର୍ମର ଫଟୋ ଜାରି କରାଯାଇଛି । ତାଙ୍କର ୟୁନିଫର୍ମ ତାଙ୍କ ନିଜସ୍ୱ ରେଜିମେଣ୍ଟର ରହିବ । କିନ୍ତୁ ସେଥିରେ ଲାଗୁଥିବା ବ୍ୟାଚ, ବଟନ, କ୍ୟାପ ଆଦିରେ କେତେକ ପରିବର୍ତ୍ତନ କରାଯାଇଛି । ସେନା ପକ୍ଷରୁ ଟ୍ଵିଟ କରି ଜେନେରାଲ ରାଓ୍ଵତଙ୍କ କ୍ୟାପ୍‌, ବ୍ୟାଚ୍‌, ବେଲଟ ବକଲ, ବଟନ, କାର ପତାକା ଆଦିର ଫଟୋ ଚିତ୍ର ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ ସିଡିଏସ ଏକ ୪-ଷ୍ଟାର ପଦବୀ ହେବ ଓ ତାଙ୍କ ଅଫିସ ସାଉଥ୍‌ ବ୍ଲକରେ ରହିବ । ସିଡିଏସ୍‌ ତିନି ବାହିନୀ ମଧ୍ୟରେ ଯୋଗସୁତ୍ର ରକ୍ଷା କରିବେ ଓ ସରକାରଙ୍କୁ ସାମରିକ ମାମଲାରେ ଜରୁରୀ ପରାମର୍ଶ ଦେବେ । ସେ ନବଗଠିତ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ । ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ତିନି ସେନାର ଜଣେ ମୁଖ୍ୟ ବା ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ ରହିବେ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର