ହ୍ରିତିକ୍‌ଙ୍କ ବିରୋଧରେ ଠକେଇ ମାମଲା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ବିରୋଧରେ ଆଜି ଏକ ଠକେଇ ମାମଲା ରୁଜୁ ହୋଇଛି। ହ୍ରିତିକ୍‌ଙ୍କ ବାଦ୍‌ ଅନ୍ୟ ୮ ଜଣଙ୍କ ବିରୋଧରେ ଚେନ୍ନାଇର ଜଣେ ଷ୍ଟକିଷ୍ଟ୍‍ ଆର୍‌ ମୂରଲୀଧରନ ୨୧ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛନ୍ତି। ହ୍ରିତିକ୍‌ ତାଙ୍କ ପ୍ରଡକ୍ଟ ପାଇଁ ମୂରଲୀଧରନଙ୍କୁ ଷ୍ଟକିଷ୍ଟ୍‍ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ବିନା କୌଣସି ସୂଚନାରେ ହ୍ରିତିକ୍‌ ଏହି ମାର୍କେଟିଙ୍ଗ୍‌ ଟିମ୍‌କୁ ଭାଙ୍ଗି ଦେଇଥିବାରୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର