ଧାର୍ମିକ ସଦ୍‌ଭାବନାର ଏକ ବଡ଼ ଉଦାହରଣ: ମସ୍‌ଜିଦ୍‌ ନ ମିଳିବାରୁ ଗୁରୁଦ୍ୱାରାରେ ପହଞ୍ଚି ନମାଜ ପଢ଼ିଲେ ଯୁବକ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଏବେ ଏକ ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓ ଧାର୍ମିକ ସଦ୍‌ଭାବନା ପାଇଁ ଏକ ବଡ଼ ଉଦାହରଣ ପାଲଟିଛି । ଫେସ୍‌ବୁକ୍‌ ଏବଂ ଟ୍ଵିଟରରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ମୁସ୍‌ଲିମ୍‌ ଯୁବକଙ୍କୁ ନମାଜ ପଢ଼ୁଥିବାର ଦେଖାଯାଉଛି । ତେବେ ଗୁରୁତ୍ୱପୁର୍ଣ୍ଣ କଥା ହେଲା, କୌଣସି ମସ୍‌ଜିଦ୍‌ ନ ମିଳିବାରୁ ଯୁବକ ଜଣଙ୍କ ଗରୁଦ୍ୱାରାରେ ଯାଇ ନମାଜ ପଢ଼ିଥିଲେ । ଏହି ସମୟରେ ଗୁରୁଦ୍ୱାରାରେ ଉପସ୍ଥିତ ଥିବା ଜଣେ ଲୋକ ଏହାର ଭିଡ଼ିଓ ତିଆରି କରି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହୋଇଛି । ଏହି ଭିଡ଼ିଓଟି ଅଗଷ୍ଟ ୨୦ରେ ମାଲେସିଆରେ ଥିବା ଗୁରୁଦ୍ୱାରା ସାହିବ୍‌ ବରଚମ୍‌ରେ ରେକର୍ଡ଼ କରାଯାଇଥିଲା ।

ଏହାକୁ ପୋଷ୍ଟ କରି ଜଣେ ମୁସ୍‌ଲିମ୍‌ ଭାଇ ଗୁରୁଦ୍ୱାରାରେ ନମାଜ ପଢ଼ୁଛନ୍ତି, ଲାଗୁଛି ତାଙ୍କ ପାଖରେ କୌଣସି ମସ୍‌ଜିଦ୍‌ ନ ମିଳିବାରୁ ସେ ଏଠାକୁ ଆସି ନମାଜ ପଢ଼ୁଛନ୍ତି ବୋଲି ଲେଖା ଥିବା ଦେଖା ଯାଇଛି । ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହି ଭିଡିଓକୁ ପ୍ରଶଂସା କରିଥିବା ଦେଖା ଯାଇଛି । ଏହା ସହ ଦେଶରେ ସମସ୍ତଙ୍କ ଭାବନା ଏପରି ହେଲେ ଆଉ କଳହ ହେବ ନାହିଁ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର