ସୋସିଆଲ ମିଡିଆରେ ଭାଇରାଲ ହେଲା ଭୋକିଲା ଭାଲୁର ଭିଡିଓ, ଭୋକ ଲାଗୁଥିବାରୁ ପାର୍କ କରାଯାଇଥିବା କାର୍‌ର କବାଟ ଖୋଲି ଖାଇଲା ଖାଦ୍ୟ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏବେ ଏକ ଭୋକିଲା ଭାଲୁର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଭାଲୁ ଜଙ୍ଗଲରୁ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିର କବାଟ ଖୋଲିବା ସହ ଭିତରେ ଥିବା ଖାଇବା ଜିନିଷ ନେଇ ଚାଲି ଯାଉଥିବାର ଦେଖା ଯାଇଛି । ଭାଲୁର ଏଭଳି ଭାବରେ ଖାଦ୍ୟ ନେବାର ଅନ୍ଦାଜକୁ ଫେସ୍‌ବୁକ୍‌ ବ୍ୟବହାରକାରୀ ପସନ୍ଦ କରୁଥିବା ଦେଖା ଯାଇଛି ।

ସୂଚନା ମୁତାବକ,ଏହି ଭିଡ଼ିଓକୁ ଫେସ୍‌ବୁକ୍‌ରେ କରେନ ସିମିଙ୍ଗଟନ ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିଥିବା ଜଣା ପଡ଼ିଛି । ଏହି ଭିଡ଼ିଓକୁ ସେ ସେପ୍ଟେମ୍ବର ୨୫ରେ ପୋଷ୍ଟ କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି । ମାତ୍ର ଏକ ମିନିଟ୍‌ର ଭିଡ଼ିଓରେ ଭୋକରେ ଥିବା ଭାଲୁଟି କାର୍‌ ମଧ୍ୟରେ ଥିବା ଖାଦ୍ୟ ଜିନିଷର ବାସ୍ନା ଜାଣିପାରି ସେଠାକୁ ଆସିଥିଲା । ପରେ କେହି ନ ଥିବାରୁ ସେ ନିଜେ କାର୍‌ର କବାଟ ଖୋଲିବା ସହ ନିଜ ଆଗ ଦୁଇ ଗୋଡ଼ କାର୍‌ ଭିତରକୁ ନେଇ ଭିତରେ ଥିବା ଖାଇବା ଆଣି ବାହାରେ ଖାଉଥିବାର ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର