ଆମେରିକାରେ ଧ୍ୱଂସର ତାଣ୍ଡବ ରଚାଇଛି ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ (ଭିଡିଓ ଦେଖନ୍ତୁ)

ଓ୍ଵାସିଂଟନ : ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ତାଣ୍ଡବ ରଚାଇଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ କିଛିଟା କମି ଘଣ୍ଟାପ୍ରତି ୮୦ ମାଇଲ (୧୩୦ କିମି) ହୋଇଯାଇଛି । ଏହା ଘଣ୍ଟାପ୍ରତି ୩ ମାଇଲ ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଏହି ଝଡ଼ ପ୍ରଭାବରେ ନର୍ଥ କାରୋଲିନା ଅଂଚଳରେ ପ୍ରବଳ ବର୍ଷା ହେବା ସହ ଓ ସାମୁଦ୍ରିକ ଢେଉ ସୃଷ୍ଟି ହୋଇଛି । ଏହା ଫଳରେ ସଂପୃକ୍ତ ଅଂଚଳରେ ବନ୍ୟା ହେବା ଆଶଙ୍କା କରାଯାଉଛି ।ନର୍ଥ କାରୋଲିନାର ମୋରହେଡ ସିଟି ଓ ନ୍ୟୁବର୍ନ ସହରରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛାତ ଉଡାଇନେଇଛି ।

 

ଏସବୁ ସହରରେ ପ୍ରାୟ ୧୦୦ ଜଣ ଲୋକ ନିଜ ଘରେ ବା କାରରେ ଫସି ରହିଥିବା ଜଣାପଡିଛି । ପ୍ରବଳ ବର୍ଷା ଫଳରେ ଅନେକ ଲୋକ ଫସି ରହିଥିବାବେଳେ କେତେକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି ।

ପ୍ରବଳ ମେଘପବନ ଯୋଗୁଁ  ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।  ଏହା ଫଳରେ ନର୍ଥ କାରୋଲିନାର ପ୍ରାୟ ୩ଲକ୍ଷ ୨୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ପ୍ରାୟ ୪୫୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ବନ୍ଧିତ ଖବର