ସ୍ତ୍ରୀର ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବା ଜାଣି ପ୍ରେମିକକୁ କହିଲା ସ୍ୱାମୀ- ୧୦ଲକ୍ଷ ଟଙ୍କା ଦିଅ, ଯାହା କରିବାର ଅଛି କର

ରାୟପୁର : ଛତିଶଗଡ଼ର ବିଳାସପୁରରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ତ୍ରୀକୁ ନିଜ ଶୋଇବା ଘରେ ଅନ୍ୟ ପୁରୁଷ ସହ ଦେଖି ସ୍ୱାମୀ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍ତ୍ରୀକୁ ତା’ ପ୍ରେମିକ ସହ ଦେଖି ସ୍ୱାମୀ ମନ ଦଃଖ କରିବା ପରିବର୍ତ୍ତେ ସ୍ତ୍ରୀର ପ୍ରେମିକକୁ ୧୦ଲକ୍ଷ ଟଙ୍କା ମାଗିଥିଲା । ଦୁହିଁଙ୍କ ସଂପର୍କ ବିଷୟରେ ଯେମିତି କେହି ନ ଜାଣନ୍ତୁ ସେ ନେଇ ସ୍ୱାମୀ ସ୍ତ୍ରୀର ପ୍ରେମିକକୁ ୧୦ଲକ୍ଷ ଟଙ୍କା ଦେବା ପାଇଁ କହିଥିଲା । ଏହା ସହ ଟଙ୍କା ଦେଇ ଯାହା କରିବାର ଅଛି କର, ମୋର କୌଣସି ଆପତ୍ତି ନାହିଁ ବୋଲି କହିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

oneindia.com

ସୂଚନା ମୁତାବକ, ଓଖର ଗ୍ରାମର ଜଣେ ମହିଳା ପାଖ ଗାଁର ଇଶ୍ୱର ନାମକ ଜଣେ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ବିମଲଙ୍କୁ ସନ୍ଦେହ ହେବା ପରେ ସେ ନିଜ ସ୍ତ୍ରୀର ପିଛା କରି ସତ ଜାଣି ପାରିଥିଲେ । ଦୁହିଁଙ୍କ ବିଷୟରେ ଜାଣିବା ପରେ କେହି ଯେମିତି ଏ ବିଷୟରେ ନ ଜାଣନ୍ତି ସେଥି ପାଇଁ ବିମଲ ଇଶ୍ୱରଙ୍କୁ ୧୦ଲକ୍ଷ ଟଙ୍କା ମାଗିଥିଲେ । ଇଶ୍ୱର ୧୦ଲକ୍ଷ ଦେବା ପରେ ବିମଲ ନିଜ ସ୍ତ୍ରୀଙ୍କୁ ନେଇ ଇଶ୍ୱର ତାଙ୍କ ସ୍ତ୍ରୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ବିମଲ ଅଭିଯୋଗ କରିଥିବା ଜାଣି ଇଶ୍ୱର ମଧ୍ୟ ବିମଲଙ୍କ ବିରୋଧରେ ଧମକ ଦେଇ ୧୦ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗ ଆଣିଥିଲେ । ପୁଲିସ ଦୁଇ ପକ୍ଷର ଅଭିଯୋଗ ଶୁଣିବା ପରେ ଖବରର ସତ୍ୟତା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର