୭୦ ବର୍ଷୀୟ ସ୍ୱାମୀକୁ ୩୫ ବର୍ଷୀୟ ସ୍ତ୍ରୀ, ୬ ମାସରୁ ଅଧିକ ତିଷ୍ଠିଲାନି ସମ୍ପର୍କ

ନୂଆଦିଲ୍ଲୀ: ନିଜର ଏକୁଟିଆପଣ ଦୂର କରିବାକୁ ନିଜର ଅଧା ବୟସର ଯୁବତୀଙ୍କୁ ବିବାହ କରିଥିଲେ ୭୦ ବର୍ଷୀୟ ମାଣିକଚାନ୍ଦ | କିନ୍ତୁ ବିବାହର ମାତ୍ର ୬ ମାସ ପରେ ଏହି ସମ୍ପର୍କର କରୁଣ ଅନ୍ତ ହୋଇଯାଇଛି | ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଏହି ବ୍ୟକ୍ତି | ମିଳିଥିବା ସୂଚନା ମୁତାବକ ମାଣିକଚାନ୍ଦ (୭୦) ନିଜ ତିନି ପୁଅଙ୍କ ସହ ଦିଲ୍ଲୀର ବଳଦେବ ପାର୍କ ଅଞ୍ଚଳରେ ରହୁଥିଲେ |

ପାଖାପାଖି ୭ ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା | ଏଥିରେ ଭାଙ୍ଗିପଡିଥିଲେ ମାଣିକଚାନ୍ଦ | ନିଜର ଏକୁଟିଆପଣକୁ ଦୂର କରିବା ପାଇଁ ସେ ୬ ମାସ ପୂର୍ବେ ଲକ୍ଷ୍ମୀ ଦେବୀ(୩୫)ଙ୍କୁ ବିବାହ କରିଥିଲେ | କିନ୍ତୁ ସମ୍ପତ୍ତିକୁ ନେଇ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହୋଇଯାଇଥିଲା | ଗଣ୍ଡଗୋଳ ଏତେ ଅଧିକ ହୋଇଯାଇଥିଲା ଯେ ବୁଧବାର ପୁଲିସ ପାଖରେ ମାମଲା ପହଁଚିଯାଇଥିଲା |

photo-Navbharattimes

ପୁଲିସ ଦୁହିଁଙ୍କୁ ବୁଝାଇ ଘରକୁ ପଠାଇଦେଇଥିଲା | କିନ୍ତୁ ଘରକୁ ଆସି ପୁଣି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା | ଏଥିରେ ଉତକ୍ଷିପ୍ତ ହୋଇ ମାଣିକଚାନ୍ଦ ତାଙ୍କ ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଦେଇଥିଲେ | ପୁଲିସ ଏହି ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ କରିବାକୁ ପଠାଇଛି |

ସମ୍ବନ୍ଧିତ ଖବର