ଦୁବାଇରେ ରହୁଥିବା ସ୍ବାମୀ ସ୍ତ୍ରୀଙ୍କୁ ହ୍ୱାଟ୍ସଅପ ଭଏସ ମ୍ୟାସେଜ ମାଧ୍ୟମରେ ଦେଲେ ତିନି ତଲାକ !

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଗଡ଼ ଶିବମୋଗା ଅଞ୍ଚଳରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ତିନି ତଲାକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଦୁବାଇରେ ରହନ୍ତି । ସେ ହ୍ୱାଟ୍ସଅପ ଭଏସ ମ୍ୟାସେଜ ମାଧ୍ୟମରେ ତିନି ତଲାକ ଦେଇଛନ୍ତି ।

କିନ୍ତୁ ପୀଡ଼ତା ମହିଳା ଜଣକ ଦୃଢ଼ ଭାବେ କହିଛନ୍ତି ଯେ ସେ ଏହାକୁ ଗ୍ରହଣ କରିବେ ନାହିଁ । ସେ ଥାନାରେ ଅଭିଯୋଗ କରିଥିବା କଥା ବି କହଛନ୍ତି।

photoweb.en.softonic.com

ସୂଚନାଯୋଗ୍ୟ ଦିନକ ପୂର୍ବରୁ ଛତିଶଗଡ଼ର ବିଲାସପୁର ଅଞ୍ଚଳର ପେଣ୍ଡ୍ରା ଥାନା ଅଞ୍ଚଳରେ ଜଣେ ମହିଳା ନୂରୀ ବେଗମ ତାଙ୍କର ସ୍ୱାମୀଙ୍କ ବିରୋଧରେ ତିନି ତଲାକ ଓ ମାଡ଼ ମାରିବା ଅଭିଯୋଗ ଆଣିଥିଲେ । ଏ ନେଇ ସେ ଥାନାରେ ବି ସେ ଅଭିଯୋଗ କରିଥିଲେ । ମହିଳାଜଣକ ଗଣମାଧ୍ୟମକୁ କହିଥିଲେ ଯେ, ସେ ତିନି ତଲାକ ପାଇବା ପରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଫେରିବା ବାଟରେ ତାଙ୍କୁ ତାଙ୍କର ସ୍ୱାମୀ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର