ହାଇଦ୍ରାବାଦ୍‌ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ! ଖୁସି ବ୍ୟକ୍ତ କଲେ ନିର୍ଭୟାଙ୍କ ମାଆ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ବଡ଼ି ‌ଭୋର୍‌ରୁ ତେଲେଙ୍ଗାନା ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ନିହତ କରିବା ନେଇ ସାରା ଦେଶ ଖୁସି ମନାଉଥିବା ବେଳେ ଅଭିଯୁକ୍ତମାନଙ୍କ ପରିବାରରେ ଖେଳିଯାଇଛି ଦୁଃଖର ଲହରୀ। ନିଜ ପୁଅର ଭୁଲ୍‌କୁ ସମର୍ଥନ ନ କରୁଥିଲେ ମଧ୍ୟ ପୁଅର ଏନ୍‌କାଉଣ୍ଟ୍‌ରରେ ଏଭଳି ଭାବେ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସେମାନଙ୍କ ବାପାମାଆ ଓ ପତ୍ନୀ।

Times of India

ତେବେ, ଏହି ଏନ୍‌କାଉଣ୍ଟର୍‌କୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଆଉ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ। ୨୦୧୨ ମସିହାର ଦିଲ୍ଳୀର ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି କି ‘ଏହିପରି ଖବର ମୋ ଘାଆ ପାଇଁ ମଲମ ପରି। ଯାହାହେଉ, ଜଣେ ଝିଅକୁ ତ ନ୍ୟାୟ ମିଳିଲା। ମୁଁ ପୁଲିସ୍‌କୁ ଧନ୍ୟବାଦ ଦେଉଛି। ମୁଁ ୭ ବର୍ଷ ହେଲା ଚିତ୍କାର କରି ଚାଲିଛି। ଯଦି ଆବଶ୍ୟକ ପଡୁଛି ତେବେ ନିୟମ ଭଙ୍ଗ କରି ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ଦେଖନ୍ତୁ କିପରି ଭାବେ ସମାଜ ଭଲ ପାଇଁ ବଦଳୁଛି।’

ସେ କହିଛନ୍ତି କି ଦୀର୍ଘ ୭ ବର୍ଷ ପରେ ବି ସେ ଏବେ ମଧ୍ୟ କୋର୍ଟକୁ ଦଉଡୁଛନ୍ତି। ଡିସେମ୍ବର ୧୩ ହେଉଛି ଆଉ ଏକ ତାରିଖ ଓ ମୋତେ କୋର୍ଟ ଯିବାକୁ ହେବ। ହାଇଦ୍ରାବାଦ୍‌ ପୀଡ଼ିତାଙ୍କ ମାଆବାପାଙ୍କୁ ଏବେ ଶାନ୍ତି ମିଳୁଥିବ। ଏହି ପ୍ରକାରର ଜଘନ୍ୟ ଅପରାଧୀଙ୍କ ମନରେ ଏକ ଭୟ ସୃଷ୍ଟି ହୋଇ ସାରିଥିବ।’

 

ସମ୍ବନ୍ଧିତ ଖବର