ଇଣ୍ଡକ୍‌ସନ କୁକର୍‌ ଦାବିରେ ତିହାର ଜେଲ୍‌ରେ ଆମରଣ ଅନଶନରେ ବସିଲା ହାଇଦ୍ରାବାଦ୍‌ ବିସ୍ଫୋରଣ ଅଭିଯୁକ୍ତ ୟାସିନ୍‌ ଭତକାଲ

ହାଇଦ୍ରାବାଦ୍‌: ତିହାର୍‌ ଜେଲ୍‌ରେ ଦଣ୍ଡ ଭୋଗୁଥିବା ହାଇଦ୍ରାବାଦ୍‌ ସିରିୟଲ୍‌ ବିସ୍ଫୋରଣର ଅଭିଯୁକ୍ତ ୟାସିନ୍ ଭତ୍‌କାଲ୍‌ ଜେଲ୍‌ ପରିସରରେ କଏଦୀମାନଙ୍କ ସକାଶେ ଏକ ଇଣ୍ଡକ୍‌ସନ୍‌ କୁକର୍‌ ଦାବି କରି ଆମରଣ ଅନଶନ କରିଥିବା ସୂଚନା ରହିଛି। ଅଭିଯୁକ୍ତ ୟାସିନ୍ ନିଜେ ଅନଶନରେ ବସିବା ସହ ଅନ୍ୟ ଇନ୍‌ମେଟ୍‌ମାନଙ୍କୁ ଉସୁକାଉଛି ବୋଲି ଜାଣିବାକୁ ମିଳିଛି। ଗତ ସପ୍ତାହରେ ୨ ଦିନ ଧରି ଆମରଣ ଅନଶନରେ ବସିଥିଲେ ୟାହ୍‌ସିନ୍‌। ଜେଲ୍‌ ଭିତରେ ଇଣ୍ଡକସନ୍‌ କୁକର୍‌ ବ୍ୟବହାରର ଦାବି କରି ୟାସିନ୍‌ ଅନଶନ କରିଥିବା ଜାଣିବାକୁ ମିଳିଛି। ହାଇଦ୍ରାବାଦ୍‌ ସିରିୟଲ୍‌ ବିସ୍ଫୋରଣରେ ସଂପୃକ୍ତି ଥିବା ନେଇ ୟାସିନକୁ ୨୦୧୩ ମସିହାରେ ଗିରଫ କରାଯାଇଥିଲା। ଗିରଫ ହେବାର ୩ ଦିନ ପରେ ଅଦାଲତ ତାକୁ ମୃତ୍ୟୁ ଦଣ୍ଡ ଶୁଣାଇ ଥିଲେ।

ମାତ୍ର ଜେଲ୍‌ ନିୟମ ଅନୁସାରେ ଜେଲ୍‌ରେ ଇଣ୍ଡକ୍‌ସନ କୁକର୍‌ ବ୍ୟବହାର ହୋଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। କଏଦୀମାନେ ନିଜ ମୁତାବକ ରାନ୍ଧି କରି ଖାଇପାରିବେ ନାହିଁ। ସେମାନେ ଜେଲ୍‌ରୁ ମିଳୁଥିବା ଖାଦ୍ୟ ଖାଇ ବଞ୍ଚିବାକୁ ବାଧ୍ୟ।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ଡିସେମ୍ବରରେ ପ୍ରବଳ ଶୀତ ହେତୁ ଜେଲ୍‌ ମଧ୍ୟରେ କଏଦୀମାନଙ୍କ ସକାଶେ ଇଣ୍ଡ୍‌କସନ କୁକର୍‌ ରଖାଯାଇଥିଲା। ତାହା କେବଳ ଖିର ଓ ପାଣି ଗରମ ଉଦେଶ୍ୟରେ ଦିଆଯାଇଥିଲା। ମାତ୍ର ଅଭିଯୋଗ ହେଲା ଯେ କଏଦୀମାନେ ତାହାର ଦୁରୁପଯୋଗ କରି ସେଥିରେ ରୋଷେଇ ମଧ୍ୟ କରୁଛନ୍ତି। ଏହି ଅଭିଯୋଗ ଆସିବା ପରେ ଜେଲ୍‌ କର୍ତ୍ତୃପକ୍ଷ ଇଣ୍ଡକ୍‌ସନ କୁକର୍‌ ବ୍ୟବହାର ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର