ହାଇଦ୍ରାବାଦ ଡାକ୍ତରାଣୀ ହତ୍ୟା ମାମଲା: ପର୍ଣ୍ଣ ୱେବ୍ସାଇଟ୍ରୁ ପୀଡ଼ିତାଙ୍କ ନାମ ହଟାଇବାକୁ ଦାବି କଲେ ଉତ୍ୟକ୍ତ ଭାରତୀୟ
ହାଇଦ୍ରାବାଦ୍: ହାଇଦ୍ରାବାଦ୍ର ଯୁବ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳି ଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାକୁ ନେଇ ଦେଶବାସୀଙ୍କ ଭିତରେ ପ୍ରତିକ୍ରିୟା ବଢ଼ିବାରେ ଲାଗିଛି। ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡିଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଅନେକ ଦାବି କରିଥିବା ବେଳେ ଆଉ କେହି ତାଙ୍କ ନାମକୁ କିଛି ପର୍ଣ୍ଣ ସାଇଟ୍ରେ ଦେଖିବା ପରେ ଉତ୍ୟକ୍ତ ହୋଇ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଯିବା ପରେ ବିଶେଷ କରି ଅନେକ ଭାରତୀୟ ଓ ପାକିସ୍ତାନୀ ବ୍ୟବହାରକାରୀମାନେ ପର୍ଣ୍ଣ ସାଇଟ୍ମାନଙ୍କରେ ପ୍ରିୟଙ୍କାଙ୍କ ନାମ ସର୍ଚ କରିଛନ୍ତି। ଫଳରେ ଅନେକ ପର୍ଣ୍ଣ ସାଇଟ୍ରେ ପ୍ରିୟଙ୍କା ରେଡ୍ଡି ମାରିଲେ ଏହି ଡାକ୍ତରାଣୀ ଆସୁଛନ୍ତି। ଯାହାକି ଲୋକଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପର୍ଣ୍ଣ ସାଇଟ୍ମାନଙ୍କରୁ ପ୍ରିୟଙ୍କାଙ୍କ ନାମ ହଟାଯାଉ ବୋଲି ବିଭିନ୍ନ ଆଡୁ ଦାବି ହୋଇଛି।
ଏହି ଘୃଣ୍ୟକାଣ୍ଡକୁ ନିନ୍ଦା କରି ଆଜି ସକାଳୁ ରାଜ୍ୟସଭା ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ‘ଏବେ ସମୟ ଆସଯାଇଛି ଯେ ଲୋକ ଚାହୁୁଁଛନ୍ତି କି ସରକାର ଉଚିତ ଜବାବ ଦିଅନ୍ତୁ। ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ସର୍ବସାଧାରଣ ସ୍ଥାନକୁ ଆଣି ଲୋକମାନଙ୍କ ହାତରେ ଧରାଇ ଦେବା ଉଚିତ।‘