ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୁଲିସ ଏନ୍କାଉଣ୍ଟର୍ରେ ନିହତ ହୋଇଛନ୍ତି।
ପୁଲିସ ଦାବି କରିଛି ଯେ ଅପରାଧ ଦୃଶ୍ୟର ପୁନଃସଂରଚନା ପାଇଁ ସେମାନଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ସେଠାରୁ ଖସିଯିବାକୁ ଉଦ୍ୟମ କରିବା କାରଣରୁ ଏନ୍କାଉଣ୍ଟର୍ କରି ସେମାନଙ୍କୁ ମାରି ଦିଆଯାଇଛି। ରାତି ପ୍ରାୟ ୩ଟା ବେଳେ ଏହି ଏନ୍କାଉଣ୍ଟର୍ ହୋଇଥିବା ଜଣାପଡ଼ିଛି।
Image Source: ANIଲରି ଓ୍ଵାର୍କର୍ ଭାବେ କାର୍ଯ୍ୟ କରୁଥିବା ଏହି ୪ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୪ ମଧ୍ୟରେ। ମହିଳା ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଅଭିଯୋଗରେ ନଭେମ୍ବର ୨୯ ତାରିଖ ଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଏବଂ ଶନିବାର ଦିନ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ଅଭିଯୁକ୍ତ ଚେର୍ଲାପାଲ୍ଲୀ କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ।
Image Source: ANIସରକାରୀ ଡାକ୍ତରଖାନାରେ ସହକାରୀ ପ୍ରାଣୀ ଚିକିତ୍ସିକା ଭାବେ କାର୍ଯ୍ୟ କରୁଥିବା ମହିଳା ନିଖୋଜ ହେବାର ଦିନକ ପରେ ତାଙ୍କ ଦଗ୍ଧ ଶରୀର ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଶାଦନଗର ସହର ପାଖ ଚେତନାପାଲ୍ଲୀ ପୋଲ ତଳୁ ନଭେମ୍ବର ୨୮ ତାରିଖ ସକାଳେ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/All-Four-People-Kills-in-Encounter_Thumbnail_2.jpg)