ଦିନକ ପାଇଁ ହାଇଦ୍ରାବାଦର ପୁଲିସ କମିସନର୍‌ ହେଲେ କ୍ୟାନସର୍‌ ପୀଡ଼ିତ ୬ ବର୍ଷିୟ ବାଳକ

ହାଇଦ୍ରାବାଦ: ଖାକି ପୋଷାକ ପିନ୍ଧି, ହାତରେ ବାଡ଼ି ଧରି କ୍ୟାନସର୍‌ ପୀଡ଼ିତ ଛଅ ବର୍ଷିୟ ବାଳକ ଦୁଦେକାଲା ଇଶାନ୍‌ ବୁଧବାର ଦିନ ଗାଚିବୋଓ୍ଵଲିସ୍ଥିତ ରଚକୋଣ୍ଡା ପୁଲିସ କମିସନର୍‌ଙ୍କ ଅଫିସ୍‌କୁ ଯାଇ ଦିନକ ପାଇଁ ବଡ଼ ପୁଲିସ ସାଜିଥିଲେ।

ପୁଲିସ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପରେ ଈଶାନ୍‌ ମଧ୍ୟ ବାଡ଼ି ଉଠାଇ ସେମାନଙ୍କୁ ସାଲ୍ୟୁଟ୍‌ କରିଥିଲେ। ତା’ପରେ ସେ ଯାଇ ସିଧା କାମ ଆରମ୍ଭ କରିଥିଲେ। ସେ କହିଲେ: ସହର ମହିଳାମାନଙ୍କ ନିମନ୍ତେ ନିରାପଦ ହେଉ ବୋଲି ମୁଁ ନିଶ୍ଚିତ କରାଇବାକୁ ଚାହୁଁଛି। ଏବଂ ଏହା କରିବା ପାଇଁ ପୁଲିସ ବଳରେ ମହିଳା ଟିମ୍‌ଙ୍କ ସଂଖ୍ୟା ବଢ଼ାଯାଉ।

କର୍କଟ ରୋଗାକ୍ରାନ୍ତ ଈଶାନ୍‌ଙ୍କର ଲକ୍ଷ୍ୟ ଥିଲା ପୁଲିସ ଅଧିକାରୀ ହେବା ପାଇଁ।

ତାଙ୍କ ଜୀବନର ଲକ୍ଷ୍ୟ କଥା ‘ମେକ୍‌-ଏ-ଉଇସ୍‌ ଫାଉଣ୍ଡେସନ୍‌’ ନାମକ ଏନ୍‌ଜିଓ ୧୦ ଦିନ ତଳେ ରଚକୋଣ୍ଡା ପୁଲିସ କମିସନର୍‌ ମହେଶ ଭଗତଙ୍କୁ ଜଣାଇବା ପରେ ମେଡ଼କ ଜିଲ୍ଲା ଅନ୍ତର୍ଗତ କଞ୍ଚନପଲ୍ଲୀର ବାସିନ୍ଦା ଈଶାନ ବୁଧବାର ଦିନ ଆଲୋଚ୍ୟ ବିଷୟ ପାଲଟିଥିଲା।

ଭଗତ କହନ୍ତି: ତା’ ପରିସ୍ଥିତି ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ। ସେ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଭାବୁଛି ଶୀଘ୍ର ଆରୋଗ୍ୟ ହୋଇ ପୁଲିସ ହେବ। ଆମେ ତା’ର ଦେହ ଭଲ କରି ପାରିବୁ ନାହିଁ, ଅନ୍ତତଃ ତା’ର ଇଚ୍ଛା ପୂରଣ କରିପାରିବୁ।

ଭଗତ ଏ କଥା ସାମ୍ବାଦିକମାନଙ୍କୁ କହୁଥିବା ସମୟରେ ଈଶାନ୍‌ ଅଫିସ୍‌ରେ ବୁଲି ବୁଲି ଅଧିକାରୀମାନଙ୍କୁ ଦେଖା ଦେଖି କରିବା ସହ କରମର୍ଦ୍ଦନ କରୁଥିଲା।

ଆପଣ ପୁଲିସ କମିସନର୍‌ ଭାବେ ପ୍ରଥମେ କ’ଣ କରିବ? ବୋଲି ପ୍ରଶ୍ନ କରାଯିବାରୁ ସେ ଝଅଟ୍‌କିନା କହିଲା- ମୁଁ ସିସିଟିଭି କ୍ୟାମେରା ଇନ୍‌ଷ୍ଟଲ୍‌ କରିବି ଏବଂ ସୁହାଇବା ଭଳି ପୁଲିସ ପରିବେଶ ସୃଷ୍ଟି କରିବି। କ୍ୟାମେରା ଚୋରଙ୍କୁ ଚିହ୍ନାଇବାରେ ସାହାଯ୍ୟ କରିବ।

ତା’ରେ ସେ ସମସ୍ତଙ୍କୁ ଚକିତ କରି କହିଥିଲା: ମୁଁ ସବୁ ଚୋରଙ୍କୁ ଜେଲ୍‌ରେ ପୂରାଇବି।

ତା’ର ଚିକିତ୍ସା ପାଇଁ ଭଗତ ୧୦ ହଜାର ଟଙ୍କାର ଚେକ୍‌ଟିଏ ଦେଇଥିଲେ। ଈଶାନ୍‌ର ବାପା ଚିତ୍ରକର ଡି ଚାନ୍ଦ୍‌ ପାଶା କହନ୍ତି: ଦେହ ଭଲ ଯେତେବେଳେ ଭଲ ଲାଗୁଛି ଈଶାନ୍‌ ଏକ ସରକାରୀ ସ୍କୁଲ୍‌କୁ ଯାଉଛି।

ସେ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଗତ ଡିସେମ୍ବର ମାସରେ ଜାଣିବା ପରେ ଆମ ଜୀବନ ଭାଙ୍ଗି ପଡ଼ିଲା। ଗତ ତିନି ମାସ ହେବ ସେ ଏମ୍‌ଏନ୍‌ଜେ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହେଉଛି।

ସମ୍ବନ୍ଧିତ ଖବର