ମତେ ଭାରି ବାଧିଛି, ମାଆ ସବୁ ଦେଖୁଛନ୍ତି: ମମତା ବାନାର୍ଜୀ

କୋଲକତା: କାଲ୍‌କାଟା ହାଇକୋର୍ଟଙ୍କ ଆଦେଶ ପରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନରେ ଏକ ଜରୁରୀ ବୈଠକ ଡକାଇଛନ୍ତି।

ମୁଖ୍ୟ ସଚିବ ମଳୟ ଦେ, ଗୃହସଚିବ ଅତ୍ରି ଭଟ୍ଟାଚାର୍ଯ୍ୟ, ପୁଲିସ ମହାନିର୍ଦେଶକ ସୁରଜିତ ପୁର୍କାୟସ୍ଥ, କୋଲକତା ପୁଲିସ କମିସନର ରାଜୀବ କୁମାର ଓ ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଦି ସମସ୍ତ ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀମାନେ ଏହି ବୈଠକରେ ଭାଗ ନେଇ ମହରମ୍‌ ଦିନ ଦୁର୍ଗା ପ୍ରତିମା ବିସର୍ଜନ କରାଇବାକୁ ଅଦାଲତଙ୍କ ଆଦେଶ ପରେ ଉପୁଜିଥିବା ନୂତନ ସମସ୍ୟାର ସମୀକ୍ଷା କରିବେ।

ଶୁକ୍ରବାର ଦିନ କେତେକ ଦୁର୍ଗା ପୁଜା ଉଦ୍‌ଘାଟନ କରି ସୁଶ୍ରୀ ବାନାର୍ଜୀ ଅଦାଲତଙ୍କ ଆଦେଶ ସମ୍ପର୍କରେ କିଛି ନ କହି ପ୍ରତିମା ବିସର୍ଜନ କ’ଣ କରାଯିବ ତାହା ଲୋକେ ସ୍ଥିର କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି: ଗଣତନ୍ତ୍ରରେ ଲୋକେ ହିଁ ସର୍ବେସର୍ବା। ସେମାନଙ୍କର ବିଚାର ସର୍ବୋତ୍ତମ।

ସେ କହିଛନ୍ତି: ମତେ ଭାରି ବାଧିଛି। ମତେ ବାଧିଲେ ମୁଁ ସାଧାରଣ ଲୋକଙ୍କୁ ଜଣାଏ। ମାଆ ସବୁ ଦେଖୁଛନ୍ତି। ସେ କଡ଼ାଗଣ୍ଡା କରି ସବୁ ଫେରସ୍ତ କରିବେ।
ସେ ଆହୁରି କହିଛନ୍ତି: କେନ୍ଦ୍ର ବଙ୍ଗ ବିରୋଧରେ ଷଡ଼ଯନ୍ତ୍ର କରୁଛି।

ସମ୍ବନ୍ଧିତ ଖବର