‘ମୁଁ ପାକିସ୍ତାନୀ ଏବଂ ମୁଁ ପୁଲଓ୍ଵାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି’, ପୁଲଓ୍ଵାମା ଆକ୍ରମଣକୁ ନେଇ ପାକିସ୍ତାନୀ ଯୁବତୀମାନେ ଏଭଳି ଅଭଯାନ ଆରମ୍ଭ କଲେ

ନୂଆଦିଲ୍ଲୀ: ‘ମୁଁ ପାକିସ୍ତାନୀ ଏବଂ ମୁଁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି ।’ ଏଭଳି ଶବ୍ଦ କୌଣସି ଭାରତୀୟଙ୍କର ନୁହେଁ, ବରଂ ଏଭଳି ଶବ୍ଦ ପାକିସ୍ତାନୀ ଯୁବତୀମାନଙ୍କର । ପୁଲଓ୍ଵାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି, ତାହାକୁ ଶେଷ କରିବା ପାଇଁ ପାକିସ୍ତାନୀ ଯୁବତୀମାନେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି । ପାକିସ୍ତାନର ସାମ୍ବାଦିକା ସେହର ମିର୍ଜା ଏକ ସ୍ଲୋଗାନ ଲେଖି ଫେସ୍‌ବୁକ୍‌ରେ ‘#ଆଣ୍ଟିହେଟ୍‌ଚ୍ୟାଲେଞ୍ଜ’ ଏବଂ ‘#ନୋଟୁଓ୍ଵାର୍‌’ ଅଭିଯାନ ଆରମ୍ଭ କରିଥିଲେ । ଯାହା ପରେ ପାକିସ୍ତାନର ଅନ୍ୟ ମହିଳାମାନେ ମଧ୍ୟ ଏଭଳି ଲେଖି ପୋଷ୍ଟ କରୁଥିବାର ଦେଖା ଯାଇଛି ।

news18.com

ସାମ୍ବାଦିକା ସେହର୍‌ଙ୍କ ନିଜ ପୋଷ୍ଟରେ, “ମୁଁ ଦେଶଭକ୍ତି ପାଇଁ ମଣିଷପଣିଆକୁ ବିକ୍ରି କରି ପାରିବି ନାହିଁ । ଫଟୋର କ୍ୟାପ୍‌ସନ୍‌ରେ ‘#ଉଇଷ୍ଟାଣ୍ଡଉଇଥ୍‌ଇଣ୍ଡିଆ’ ଏବଂ ‘#ନୋଟୁଟେରୋରିଜିମ୍‌’ ବି ଲେଖିଥିବା ଦେଖା ଯାଇଛି । ଆମେ ଏଭଳି କାମକୁ ନିନ୍ଦା କରିବା ସହ ଭାରତୀୟ ବନ୍ଧୁଙ୍କୁ ସମର୍ଥନ ଜଣାଉଛୁ । ପାକିସ୍ତାନୀ ବନ୍ଧୁଙ୍କୁ ଅନୁରୋଧ, ଯିଏ ବି ଆମ ଭଳି ଅନୁଭବ କରୁଛି । ସେ ଆମର ଏହି ଅଭିଯାନରେ ସାମିଲ ହୁଅନ୍ତୁ । ରକ୍ତ ଆମର ହେଉ କି ଭାରତୀୟଙ୍କର, ଏହା ପୂରା ମାନବଜାତିର । ଯୁଦ୍ଧ ଯେଉଁଠି ବି ହେଉ, ଏହା ବିଶ୍ୱର ଶାନ୍ତିକୁ ଭଙ୍ଗ କରିବ । ଯୁଦ୍ଧ କେବେ ହେଲେ ବି ସମସ୍ୟାର ସମାଧାନ କରି ପାରିବ ନାହିଁ । କଶ୍ମୀରରେ ହୋଇଥିବା ଆକ୍ରମଣକୁ ନେଇ ଆମେ ଦୁଃଖିତ । ଯାହା ପାଇଁ ଆମେ ‘#ଆଣ୍ଟିହେଟ୍‌ଚ୍ୟାଲେଞ୍ଜ’ ଏବଂ #ନୋଟୁଓ୍ଵାର୍‌ ଅଭିଯାନ ଆରମ୍ଭ କରିଛୁ” ବୋଲି ଲେଖିଥିଲେ । ସେହର୍‌ଙ୍କ ପୋଷ୍ଟ ପରେ ଅନେକ ପାକିସ୍ତାନୀ ମହିଳା ନିଜ ନିଜର ଫଟୋ ପୋଷ୍ଟ କରି ଅଭିଯାନରେ ସାମିଲ ହୋଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର