ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ ବଡ଼ ଖୁଲାସା କଲେ ରାହୁଲ; କହିଲେ, ମୋ ଜୀବନରେ ସେପରି କେହି ‘ସ୍ୱତନ୍ତ୍ର’ ନାହାନ୍ତିି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବ୍ୟକ୍ତଗତ ଜୀବନକୁ ନେଇ ଅନେକ ସମୟରେ ଅନେକ କଥା ଶୁଣା ଯାଇଥାଏ। ତେବେ, ନିକଟରେ ନିଜର ବ୍ୟକ୍ତଗତ ଜୀବନ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ‘ମୋ ଜୀବନରେ କେହି ସେପରି ଜଣେ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷ ନାହାନ୍ତି। ମୋ ମା’, ମୋ ଭଉଣୀ ଓ ମୋ ସାଙ୍ଗମାନଙ୍କୁ ନେଇ ହେଉଛି ମୋ ଜୀବନ’ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ଜାତୀୟ ସ୍ତରର ଇଂରାଜୀ ଦୈନିକ ସମ୍ବାଦପତ୍ର ‘ହିନ୍ଦୁସ୍ତାନ ଟାଇମସ୍‌’ ପକ୍ଷରୁ ଆୟୋଜିତ ଲିଡରସିପ୍‌ ସମିଟ୍‌ ଶୀର୍ଷକ ବୈଠକରେ ଯୋଗ ଦେବା ଅବସରରେ ଏହି ଖୁଲାସା କରିଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା, ୨୦୧୯ ନିର୍ବାଚନରେ ଆପଣ କେତୋଟି ଆସନରୁ ବିଜୟ ଲାଭ କରିବା ପାଇଁ ଆଶା ରଖିଛନ୍ତି? ସେତେବେଳେ ପ୍ରଶ୍ନର ଉତ୍ତର ରଖି କଂଗ୍ରେସ ଅଧ୍ୟକ୍ଷ କହିଲେ ଯେ ଆମେ ‘ବହୁ’ ଆସନରେ ବିଜୟୀ ହେବୁ। ବର୍ତ୍ତମାନ ସରକାର ଦୁର୍ନୀତିରେ ଲିପ୍ତ ଥିବା ସହ ଦେଶବାସୀଙ୍କ ସହ ‘ଯୁଦ୍ଧ’ ଚଳାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ।

ସମ୍ବନ୍ଧିତ ଖବର