‘ଆଇ ଲଭ୍‌ ପାକିସ୍ତାନ୍‌’ ବେଲୁନ୍‌ ବିକି କାନପୁରରେ ଦୁଇ ଅଟକ

କାନପୁର: ଏ ସପ୍ତାହରେ କାନପୁରର ଗୋବିନ୍ଦ ନଗର ଅଞ୍ଚଳର ଏକ ତେଜରାତି ଦୋକାନରେ ‘ଆଇ ଲଭ୍‌ ପାକିସ୍ତାନ’ ଚିହ୍ନିତ ବେଲୁନ୍‌ ବିକ୍ରୟ ହେବା ପରେ ଜଣେ ଦୋକାନୀ ଏବଂ ଜଣେ ହୋଲ୍‌ସେଲ୍‌ର୍‌ଙ୍କୁ ଅଟକ ରଖାଯାଇଛି।

ହିନ୍ଦୁ ବାହିନୀର ସଦସ୍ୟ ଅଜୟ ପ୍ରତାପ ସିଂହ ଗୁରୁବାର ଦିନ ପୁଲିସରେ ରିପୋର୍ଟ କରିଥିଲେ କି ତାଙ୍କ ପୁଅ ଜନ୍ମଦିନ ଉପଲକ୍ଷେ ସେ ସୀମା ପ୍ରୋଭିଜନ୍‌ ଷ୍ଟୋର୍‌ରୁ କିଣି ଥିବା ତିନି ପ୍ୟାକେଟ୍‌ ବେଲୁନ୍‌ରେ ‘ଆଇ ଲଭ୍‌ ପାକିସ୍ତାନ୍‌’ ଛାପା ହୋଇଛି।

ବାହିନୀ କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଏବଂ ସିଂହ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଚଢ଼ଉ ପରେ ‘ଆଇ ଲଭ୍‌ ପାକିସ୍ତାନ୍‌’ ଏବଂ ‘ହବିମି’ (ଅର୍ଥାତ୍‌ ମୋ ପ୍ରିୟତମ) ଛାପା ଥିବା ଗୁଡ଼ାଏ ବେଲୁନ୍‌ ପ୍ୟାକେଟ୍‌ ସେ ଦୋକାନୀ ଠାରୁ ଜବତ କରା ଯାଇଥିଲା।

ଖୁଚୁରା ଦୋକାନୀ ଏବଂ ଯୋଗାଣକାରି ଯଥାକ୍ରମେ ସନ୍ନି ଏବଂ ସମୀର ବିଗ୍‌ ନାମଧ୍ୟେୟ ଦୁଇ ଜଣଙ୍କୁ ଅଟକ ରଖା ଯାଇଛି ବୋଲି ଗୋବିନ୍ଦ ନଗର ଥାନାର ଏସ୍‌ଏଚ୍‌ଓ ଅମିତ ସିଂହ କହିଛନ୍ତି।

Image Courtesy of News World India

ଉଭୟ ଗୋବିନ୍ଦ ନଗର ବାସିନ୍ଦା।

ସେମାନେ କହନ୍ତି କି ଦିଲ୍ଲୀର ଅନ୍ୟତମ ସର୍ବବୃହତ୍‌ ପାଇକାରୀ ବଜାର ‘ଗୁବ୍ଦେରେ ଓ୍ଵାଲି ଗଲି’ରୁ ବେଲୁନ୍‌ଗୁଡ଼ିକ ଆସିଛି।
ଅଧିକ ତଦନ୍ତ ନିମନ୍ତେ ସେଠାକୁ ଏକ ପୁଲିସ ଟିମ୍‌ ପଠା ଯାଇଛି।

 

ଜାତୀୟ ସଂହତି ଉପରେ ଏହା ଏକ ଆକ୍ରମଣ ବୋଲି ବିବେଚନା କରାଯାଇ ଭାରତୀୟ ପିଙ୍ଗଳ କୋଡ୍‌ ଅନୁସାରେ ଥାନାରେ ଅଭିଯୋଗ ହୋଇଛି ବୋଲି ପୁଲିସ କହିଛି।

ଏହା ଏକ ଉଦ୍‌ବେଗର ବିଷୟ ଏବଂ ପୁଲିସ ଠିକଣା ତଦନ୍ତ କରି କଠିନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୋଲି ଯୁବ ହିନ୍ଦୁ ବାହିନୀର ଅନୁବନ୍ଧିତ ହିନ୍ଦୁ ସମନ୍ଵୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ସୁମିତ କାଶ୍ୟପ କହିଛନ୍ତି।

ଏଭଳି ଅଧିକ ଦୃଷ୍ଟାନ୍ତ ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବା ପାଇଁ କାନପୁର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ଆଲୋକ ସିଂହ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

 

ସମ୍ବନ୍ଧିତ ଖବର