ସ୍ୱର୍ଗତ ଜୟଳଲିତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରେ ଆୟକର ଚଢ଼ାଉ

ଚେନ୍ନାଇ: ଆୟକର ବିଭାଗର ତଦନ୍ତକାରୀ ସଂସ୍ଥା ଶୁକ୍ରବାର ବିଳମ୍ବିତ ରାତିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ପୋସ ଗାର୍ଡେନସ୍ଥିତ ବାସଭବନରେ ଥିବା ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କୋଠରୀରେ ଛାନବିନ୍‌ କରିଛି। ।ବିଶେଷକରି ଏଆଇଏଡିଏମକେର ବିବାଦୀୟ ନେତ୍ରୀ ଶଶୀକଳାଙ୍କ ଘନିଷ୍ଠ କୁହାଯାଉଥିବା ଜୟଲଳିତାଙ୍କ ଏହି ବ୍ୟକ୍ତିଗତ ସହାୟକଙ୍କ କୋଠରୀରେ ବହୁ ତଥ୍ୟ ଥାଇପାରେ ବୋଲି ଆୟକର ବିଭାଗ ଆଶା କରୁଛି।

ସୂଚନାଯୋଗ୍ୟ ଯେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପୂର୍ବରୁ ପୋସ ଗାଡେନ ପରିସରରେଥିବା ଏକ କୋଠରୀ ଜୟଲଳିତାଙ୍କ ବ୍ୟକ୍ତିଗତ ସହାୟକ ଏସ ପୁଙ୍ଗୁନ୍ଦ୍ରନ ବ୍ୟବହାର କରୁଥିଲେ। ତେଶୁ ସେଠାରେ ଆୟେକର ବିଭାଗ ଚଢ଼ାଉ କରିବା ପାଇ ବିଳମ୍ବିତ ରାତିରେ ପହଞ୍ଚିଥିଲା।ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ପୋସ ଗାର୍ଡେନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।ଆୟକର ବିଭାଗର କର୍ମଚାରିମରାନେ କିନ୍ତୁ ସ୍ୱର୍ଗତ ଜୟଲଳିତାଙ୍କ ବାସଭବନ ଭିତରଚୁ ପ୍ରବେଶ କରି ନ ଥିଲେ। ଏ ନେଇ ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ଏହି ଚଢ଼ାଉ କେବଳ ଏସ ପୁଙ୍ଗୁନ୍ଦ୍ରନ ଙ୍କ କୋଠରି ଭିତରେ ସୀମିତ ରଖିଥିଲୁ। ଏଥିପାଇଁ ଆବେଶ୍ୟକ ଅନୁମତି ମଧ୍ୟ ନିଆଯାଇଛି। କିଛି ଡକୁମେଣ୍ଟ ଏସ ପୁଙ୍ଗୁନ୍ଦ୍ରନ ଙ୍କ କୋଠରିରେ ଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉ ପରେ ଜୟାଙ୍କ ସମର୍ଥକମାନେ ପୋସ ଗାର୍ଡେନ ଆଗରେ ରୁଣ୍ଡ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଶଶିକଳାଙ୍କ ଭଣଜା ଟିଟିଭି ଦିନାକରନ ଏହା ଆମ୍ମାଙ୍କ ଆତ୍ମା ସହ ବିଶ୍ୱାସଘାତକତା ବୋଲି କହିଛନ୍ତି

ସମ୍ବନ୍ଧିତ ଖବର