ରାହୁଳ ଗାନ୍ଧୀ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା

ବିରୋଧୀ ମେଣ୍ଟରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ଦଳ ହେଲେ ସେ ପ୍ରଧାନମନ୍ତ୍ରୀ ହେବେ- ରାହୁଳ ଗାନ୍ଧୀ

ବେଙ୍ଗାଲୁର: ଆଜି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯଦି ୨୦୧୯ ନିର୍ବାଚନରେ ତାଙ୍କ  କଂଗ୍ରେସ ଦଳ  ବିରୋଧୀ ଦଳଗୁଡ଼ିକୁ ନେଇ ହେବାକୁ ଥିବା ମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ଦଳ ବା ସବୁଠାରୁ ଅଧିକ ଲୋକସଭା ଆସନ ଜିଣେ , ତେବେ ସେ ପ୍ରଧାନମନ୍ତ୍ରୀ ହେବେ।ବେଙ୍ଗାଲୁର ଠାରେ ସମୃଦ୍ଧିି ଭାରତ କନଫରେନ୍ସ ଅବସରରେ ଯୋଗ ଦେଇ ବରିଷ୍ଠ ବୁଦ୍ଧିିଜୀବୀମାନଙ୍କ ସହିତ  ଆଷଲାଚନା କାଳରେ ଶ୍ରୀ ଗାନ୍ଧୀ କହିଛନ୍ତି ଯେ  ତାଙ୍କ ଦଳ ଆଗାମୀ ୨୦୧୯ ଲୋକ ସଭା ନିର୍ବାଚନରେ  ଭାରତୀୟ ଜନତା ପାର୍ଟିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସହିତ ମେଣ୍ଟ କରିବ। ଆଉ ଏହିମେଣ୍ଟରେ ଯଦି କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ଦଳ ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି  ଶ୍ରୀ ଗାନ୍ଧୀ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଜିିତି ପାରିବ ନାହିଁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ  ତାଙ୍କ ବାରଣାସୀ ଆସନରୁ ପରାଜିତ ହୋଇ ପାରନ୍ତିିି। ମିଳିତ ବିରୋଧୀ ଦଳକୁ ମୁକାବିଲା  କରିବାରେ ନରେନ୍ଦ୍ର ମୋଦି ଅସଫଳ ହେବେ ବୋଲି ରାହୁଳ ଗାନ୍ଧୀ କହିଛନ୍ତି। ରାହୁଳ କହିଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରୁ ଏକୁଟିଆ ୫ଟି ଆସନରୁ ଅଧିକ ଆସନ ଜିତିି ପାରିବ ନାହିଁ। ନିକଟରେ ଉତ୍ତରପ୍ରଦେଶରେ ହୋଇ ଥିବା ଉପ ନିର୍ବାଚନରେ ମିଳିତ ବିରୋଧୀଦଳ ତାର ଶକ୍ତି ପ୍ରଦର୍ଶନ କରି ସାରିଛି ବୋଲି ରାହୁଳ କହିଛନ୍ତି। ଦେଶରେ ମହିଳା ସଶକ୍ତି କରଣ ଓ ରାଜନୀତିରେ ମହିଳାଙ୍କ ସ୍ଥାନ ସମ୍ପର୍କରେ ମତ ଦେଇ ରାହୁଳ ଗାନ୍ଧୀ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ   ଦେଶର ୧୦ଟି ରାଜ୍ୟରେ କଂଗ୍ରେସର ମହିଳା ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହୋଇଥିବା ସେ ଦେଖିବାକୁ ଚାହାଁନ୍ତି। ରାହୁଲ କହିଥିଲେ ଯେ ତାଙ୍କର ଏପରି ବକ୍ତବ୍ୟ ଉପସ୍ଥିତ କିଛି ଲୋକ ଓ ବରିଷ୍ଠ ନେତାଙ୍କୁ ଅଡ଼ୁଆ ଲାଗିପାରେ। ମାତ୍ର ଆଗାମୀ ଦିନ ପାଇଁ ସେ ଏହି ଏଜେଣ୍ଡା ସେଟ୍‌ କରିବାକୁ ଯାଉଛନ୍ତିି ବୋଲି ରାହୁଳ ଗାନ୍ଧୀ କହିଛନ୍ତି।  ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମାତ୍ର ୧୦୨ ଜଣ ମହିଳାଙ୍କୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବାରୁ ଶ୍ରୀ ଗାନ୍ଧୀ ଏହି ଅବସରରେ ନାପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର