ମୁଁ ମରିଯିବି ପଛେ ମୋଦୀଙ୍କ ମାତା-ପିତାଙ୍କୁ ଅସମ୍ମାନ କରିବି ନାହିଁ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାର ସମୟରେ ସବୁ ଦଳ ନିଜ ବିପକ୍ଷ ଦଳ ବିରୋଧରେ ବୟାନବାଜି କରୁଥିବା ଦେଖିବାକୁ ମିଳିଛି । ଖାସ୍‌ କରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜାରି ରହିଥିବା ବୟାନବାଜିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର ଓ୍ଵାନ୍‌ ବୋଲି କହିଥିବା ବେଳେ ଏହାକୁ କେନ୍ଦ୍ର କରି ରାହୁଲ ନିଜର ବୟାନ ଦେଇଛନ୍ତି ।

Madhyamam

ତାଙ୍କ କହିବା ଅନୁଯାୟୀ, ମୋଦୀଜୀ ଘୃଣାଭାବ ରଖି କଥା ହୋଇଥାନ୍ତି । ସେ ମୋ ପରିବାରର ସଦସ୍ୟଙ୍କୁ ଅପମାନ କରି ଆସିଛନ୍ତି । କିନ୍ତୁ ମୁଁ ବଞ୍ଚିଥିବା ଯାଏ ଏଭଳି କାମ କେବେ ହେଲେ କରିବି ନାହିଁ । ମରିଯିବି ପଛେ କିନ୍ତୁ ମୋଦୀଜୀଙ୍କ ମାତା-ପିତାଙ୍କୁ କେବେ ହେଲେ ଅପମାନ କରିବି ନାହିଁ । କାରଣ ମୁଁ ଆର୍‌ଏସ୍‌ଏସ୍‌ କି ବିଜେପିର ନେତା ନୁହେଁ । ମୁଁ କଂଗ୍ରେର ନେତା । ଯଦି ମୋ ପାଇଁ କିଏ ନିଜ ମନରେ ଘୃଣାଭାବ ରଖୁଛି, ତେବେ ମୁଁ ତାଙ୍କ ସହ ଶ୍ରଦ୍ଧାର ସହ କଥା ହେବି । ଆମେ ମୋଦୀଜୀଙ୍କୁ ଭଲ ପାଇବାର ସହ ହରାଇବୁ ବୋଲି କହିଛନ୍ତି ରାହୁଲ ।

ସମ୍ବନ୍ଧିତ ଖବର