ନୂଆଦିଲ୍ଲୀ: ନିଖୋଜ ଏଏନ୍-୩୨ ବିମାନର ଭଗ୍ନାବଶେଷ ଅରୁଣାଚଳ ପ୍ରଦେଶର ଗୋଟାଏ ସୁଦୂର ଅଞ୍ଚଳର ଘଞ୍ଚ ଅରଣ୍ୟ ମଧ୍ୟରେ ଦେଖାଯିବାର ଦିନକ ପରେ ବୁଧବାର ସକାଳୁ ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାର ଏମ୍ଆଇ୧୭ ଏବଂ ଆଡ୍ଭାନ୍ସ୍ ଲାଇଟ୍ ହେଲିକପ୍ଟର୍ (ଏଏଲ୍ଏଚ୍) ନିୟୋଜିତ କରାଯାଇଛି।
/sambad/media/post_attachments/wp-content/uploads/2019/06/IAF_2.jpg)
ଆକାଶ ପଥରେ ଉଦ୍ଧାର କାର୍ଯ୍ୟ ନିମିତ୍ତ ହେଲିକପ୍ଟର୍ଗୁଡ଼ିକୁ ମୁତୟନ କରାଯିବ। ଅରୁଣାଚଳର ଲିପୋ ଠାରୁ ୧୬ କିଲୋମିଟର ଉତ୍ତରପଟକୁ ଅବସ୍ଥିତି ଦୁର୍ଘଟନାସ୍ଥଳରେ ପହଞ୍ଚିବାକୁ ସ୍ଥଳବାହିନୀର ସୈନିକମାନେ ଉଦ୍ୟମ କରୁଛନ୍ତି।
Image Source: India Todayଗତ ଅପରାହ୍ଣରେ ଏଏନ୍-୩୨ର ଭଗ୍ନାବଶେଷ ଚିହ୍ନଟ ହୋଇଥିଲେ ବି ଚିତା ହେଲିକପ୍ଟର୍ ଏବଂ ଏଏଲ୍ଏଚ୍ ହେଲିକପ୍ଟର ଘନ ଜଙ୍ଗଲ ଓ ପର୍ବତ ଶୃଙ୍ଗ ଯୋଗୁଁ ଦୁର୍ଘଟଣାସ୍ଥଳରେ ଅବତରଣ କରି ପାରି ନ ଥିଲେ।
ଜୁନ୍ ୩ ତାରିଖରେ ଜୋରହାଟ ଏୟାର୍ବେସ୍ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବାୟୁସେନା ହେଲିକପ୍ଟରରେ ତେର ଜଣ ଯାତ୍ରୀ ଥିଲେ।
ଘନ ଜଙ୍ଗଲିଆ ଅଞ୍ଚଳରେ କମ୍ବିଙ୍ଗ୍ ଅପରେସନ୍ ଆରମ୍ଭ କରିଥିବା ସ୍ଥାନୀୟ ଟିମ୍ ସହ ଭାରତୀୟ ବାୟୁସେନା ତା’ର ଗାର୍ଡ କମାଣ୍ଡୋଙ୍କୁ ଏୟାର୍ଡ୍ରପ୍ କରାଇବାର ସମ୍ଭାବନା ଅଛି। ବାଦଲ ଓ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟ କଷ୍ଟସାଧ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/IAF-Starts-Searching-Travellers_Thumbnail_2.jpg)