ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନିହତ

ମୁମ୍ବାଇ: ଆସାମର ମାଜୁଲି ଦ୍ୱୀପରେ ଭାରତୀୟ ବାୟୁ ସେନାର ଏକ ମାଇକ୍ରୋଲାଇଟ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଦୁଇଜଣ ପାଇଲଟ୍‌ ନିହତ ହୋଇଛନ୍ତି । ସ୍ଥାନୀୟ ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ବିମାନଟି ଜୋରହାଟ୍‌ ଜିଲ୍ଲାର ରାଓରିଆ ଏୟାରପୋର୍ଟରୁ ଉଡାଣ ଭରି ମାଜୁଲି ଆଡକୁ ଯାଉଥିବାବେଳେ ଅପରାହ୍ନ ୧.୩୦ରେ ସୁମୋଇମାରି ଚାପୋରୀ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ଖସିପଡିଥିଲା ଯେଉଁଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଖବର ପାଇଁ ବାୟୁସେନା ଓ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି । ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧିତ ଖବର